odisha infocus

ଆସିଲେ, ଧମକାଇଲେ ଆଉ ଲୁଟିନେଇଗଲେ ଷ୍ଟେଟ ବ୍ୟାଙ୍କ ରୁ ୪୩ ଲକ୍ଷ ଟଙ୍କା

STATE

ହଠାତ ପଶିଆସିଲେ ଡକାୟତ ଦଳ । ଜଳେଶ୍ଵରର ରୂପସା ଥାନା ଅନ୍ତର୍ଗତ ଶ୍ରୀରାମପୁର ଷ୍ଟେଟ ବ୍ୟାଙ୍କ ଥିଲା ଗହଳ ଚହଳ । ବ୍ୟାଙ୍କିଙ୍ଗ କାରବାର ନିମନ୍ତେ ଗ୍ରାହାମ ଭର୍ତ୍ତି ହୋଇଥିଲେ ବ୍ୟାଙ୍କ ଭିତରେ । ଡକାୟତ ଦଳ ମାରଣାସ୍ତ୍ର ଦେଖାଇ ସମସ୍ତଙ୍କୁ ଭୟଭୀତ ପ୍ରଥମେ କରିଦେଇଥିଲେ । ତାପରେ କାବୁ କରିନେଲେ ବ୍ୟାଙ୍କ କର୍ମଚାରୀମାନଙ୍କୁ । ବ୍ୟାଙ୍କ କର୍ମଚାରୀଙ୍କ ସୂଚନାନୁସାରେ ତାପରେ ଲୁଟିନେଇଗଲେ ପାଖାପାଖି ୪୩ ଲକ୍ଷ ଟଙ୍କା ।

ଦିନ ଦ୍ଵିପ୍ରହରରେ ଘଟିଥିଲା ଏହି ଘଟଣା । ୬ଜଣ ଦୁର୍ବୃତ୍ତ ବ୍ୟାଙ୍କରେ ପଶି ଲୁଟ କରିଥିବା ଜଣାପଡିଛି । ସେମାନେ ସମସ୍ତେ କଲେଜ ଛାତ୍ରଙ୍କ ୟୁନିଫର୍ମ ପିନ୍ଧି ବ୍ୟାଙ୍କ ମଧ୍ୟରେ ପ୍ରବେଶ କରିଥିଲେ । ତେଣୁ ସନ୍ଦେହ କେହି କରିପାରିନଥିଲେ । ଚୋରି ପରେ ବ୍ୟାଙ୍କ କର୍ମଚାରୀଙ୍କୁ ବାହାରେ ତାଲା ପକାଇ ଫେରାର ହୋଇଯାଇଥିଲେ । ବ୍ୟାଙ୍କରେ ଥିବା ଗ୍ରାହକଙ୍କୁ ମଧ୍ୟ ସେମାନେ ଲୁଟିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି । ହେଲେ ଏହି ଲୁଟ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Please follow and like us:
error