ଯାତ୍ରୀବାହୀ ବସ ଓଲଟି ୨୦ରୁ ଉର୍ଦ୍ଧ୍ଵ ଆହତ

STATE

ଆଜି ସକାଳ ୬ଟା ସମୟରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ କପୁରମାଲ ନିକଟସ୍ଥ ରଜମୁଣ୍ଡା ନିକଟରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଛି । ପ୍ରଧାନ ନାମରେ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ସାସ୍ତୁଗୁଡାରୁ କେଶିଙ୍ଗା ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଗତକାଲି ବର୍ଷା ହୋଇ ରାସ୍ତା କାଦୁଆ ହୋଇଥିଲା । ତେଣୁ କୁହାଯାଉଛି, କାଦୁଅ ଯୋଗୁ ବସଟି ଭାରସାମ୍ୟ ହରାଇଥିଲା ଓ ରସ୍ତକଡକୁ ଓଲଟି ପଡିଥିଲା ।

loading...

ବସ ଭିତରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୦ରୁ ଅଧିକ ଏହି ଦୁର୍ଘଟଣା ଯୋଗୁ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Please follow and like us:
error
loading...