ବିଶ୍ୱରେ ୩ ଲକ୍ଷରୁ ଉର୍ଦ୍ଧ୍ଵ କରୋନା ଭାଇରସରେ ମୃତ୍ୟୁ ଏବଂ ସୁସ୍ଥ ୨୦ ଲକ୍ଷ ୭୮ ୦୦୦ ରୁ ଉର୍ଦ୍ଧ୍ଵ

INTERNATIONAL

ନୂଆଦିଲ୍ଲୀ : ମାରାତ୍ମକ କରୋନା ଭାଇରସ ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକା, ଋଷିଆ, ବ୍ରାଜିଲ, ଫାନ୍ସ, ବ୍ରିଟେନ, ସ୍ପେନ, ଇଟାଲୀରେ ଆହୁରି ଭୟଙ୍କର ରୂପ ନେଇଛି । କରୋନା ଭାଇରସରେ ଶୁକ୍ରବାର ସକାଳ ସାଢ଼େ ୬ଟା ସୁଦ୍ଧା ବିଶ୍ୱରେ ୩ ଲକ୍ଷ ୩୪ ହଜାର ୯୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି ବିଶ୍ୱରେ ୫୧ ଲକ୍ଷ ୮୯ ହଜାର ୪୮୮ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏଥିରୁ ୨୦ ଲକ୍ଷ ୭୮ ହଜାର ୫୬୧ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨୭ ଲକ୍ଷ ୭୬ ହଜାର ୮୩୫ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ଏବେ ବିଶ୍ୱରେ ୪୫ ହଜାର ୬୩୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି ।

କରୋନା ଭାଇରସରେ ଅଧିକ ପ୍ରଭାବିତ ହୋଇଛି ସଂଯୁକ୍ତ ରାଷ୍ଟ୍ର ଆମେରିକା । ଏଠାରେ ୧୬ ଲକ୍ଷ ୨୦ ହଜାର ୭୬୭ ଜଣ ଆକ୍ରାନ୍ତ ଥିବା ବେଳେ ୯୬ ହଜାର ୩୧୪ ଜଣଙ୍କର ମୃତ୍ୟୁ ହୋଇସାରିଛି । ଆମେରିକାରେ ୩ ଲକ୍ଷ ୮୨ ହଜାର ୧୬୫ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଲକ୍ଷ ୪୨ ହଜାର ୨୮୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ଏବେ ୧୭ ହଜାର ୯୦୨ ଜଣ ଗୁରୁତର ଅଛନ୍ତି । ଋଷିଆ ଓ ବ୍ରାଜିଲରେ ମଧ୍ୟ କରୋନା ଭୟଙ୍କର ରୂପ ନେଇଛି । ଏହି ୨ଟି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିଛି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଋଷିଆ: ୩ ଲକ୍ଷ ୧୭ ହଜାର ୫୫୪ ଜଣ ସଂକ୍ରମିତ, ୩ ହଜାର ୯୯ ଜଣ ମୃତ
ବ୍ରାଜିଲ: ୩ ଲକ୍ଷ ୧୦ ହଜାର ୮୭ ସଂକ୍ରମିତ, ୨୦ ହଜାର ୪୭ ମୃତ
ସ୍ପେନ: ୨ ଲକ୍ଷ ୮୦ ହଜାର ୧୧୭ ସଂକ୍ରମିତ, ୨୭ ହଜାର ୯୪୦ ମୃତ
ବ୍ରିଟେନ: ୨ ଲକ୍ଷ ୫୦ ହଜାର ୯୦୮ ସଂକ୍ରମିତ, ୩୬ ହଜାର ୪୨ ଜଣ ମୃତ
ଇଟାଲୀ: ୨ ଲକ୍ଷ ୨୮ ହଜାର ୬ ସଂକ୍ରମିତ, ୩୨ ହଜାର ୪୮୬ ମୃତ
ଫ୍ରାନ୍ସ: ୧ ଲକ୍ଷ ୮୧ ହଜାର ୮୨୬ ସଂକ୍ରମିତ, ୨୮ ହଜାର ୨୧୫ ଜଣ ମୃତ
ଜର୍ମାନୀ: ୧ ଲକ୍ଷ ୭୯ ହଜାର ୨୧ ଜଣ ସଂକ୍ରମିତ, ୮ ହଜାର ୩୦୯ ମୃତ
ତୁର୍କୀ: ୧ ଲକ୍ଷ ୫୩ ହଜାର ୫୪୮ ସଂକ୍ରମିତ, ୪ ହଜାର ୨୪୯ ଜଣ ମୃତ
ଇରାନ: ୧ ଲକ୍ଷ ୨୯ ହଜାର ୩୪୧ ସଂକ୍ରମିତ, ୭ ହଜାର ୨୪୯ ଜଣ ମୃତ

Please follow and like us: