ବରଯାତ୍ରୀଙ୍କ ଭାଗ୍ୟ ଖରାପ, ବାଟରେ ଘଟିଲା ଦୁର୍ଘଟଣା

STATE

ସମୟ ଖରାପ ଥିଲା ବରଯାତ୍ରୀଙ୍କର । ଖୁସି ମନରେ ନାଚି ନାଚି ଯିବାର ଆନନ୍ଦରେ ଭଟ୍ଟା ପଡିଯାଇଛି । କେତେ ମନ ନେଇ ସେମାନେ ଆସିଥିଲେ କନ୍ୟାଘରକୁ । ଭୋଜି ଖାଇ ଉଲ୍ଲାସ ମନରେ ଫେରୁଥିଲେ ଘରକୁ । ହେଲେ ତାଙ୍କର ଦୁର୍ଭାଗ୍ୟ । ବାଟରେ ଘଟିଲା ଦୁର୍ଘଟଣା । ଅନେକ ଆହତ ହୋଇଥିବାବେଳେ ଆଉ କେତେଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

loading...

ନୟାଗଡରେ ଏକ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ୧୨ ଜଣ ଆହତ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ଘଟିଥିଲା ଦଶପଲ୍ଲା ଥାନା ଆଡକଟା କାଳିଆପଡା ନିକଟରେ । କଣ୍ଟିଲୋ ନିକଟ ବିଜିପୁରରୁ ବାହାଘର ସରିବା ପରେ ବରଯାତ୍ରୀଙ୍କୁ ନେଇ ଫେରୁଥିବା କାରକୁ ସେଠାରେ ସାମ୍ନାପଟୁ ଧକ୍କା ଦେଲା ଆଉ ଏକ କାର । ଫଳରେ ଦୁର୍ଘଟଣା ଘଟି ଦୁଇ କାରର ଲୋକେ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

Please follow and like us:
error
loading...