ସମଲେଶ୍ଵରୀ ଏକ୍ସପ୍ରେସ ଦୁର୍ଘଟଣା ଘଟି ଜଣେ ଯାତ୍ରୀ ମୃତ, ୨ ଆହତ

STATE

ଆଜି ଅପରାହ୍ନ ୪ଟା ସମୟରେ ସମଲେଶ୍ଵରୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାୟଗଡା ସିଙ୍ଗାପୁର ରୋଡ-କେଉଟଗୁଡା ମଝିରେ ଏହି ଦୁର୍ଘଟଣା ଘଟିଛି । ସାମ୍ନାରୁ ଆସୁଥିବା ଏକ ଇଞ୍ଜିନ ସମଲେଶ୍ଵରୀକୁ ଧକ୍କା ଦେଲା । ଟ୍ରାକ ଲାଇନ ମରାମତି କରୁଥିବା ଏକ ମେଣ୍ଟେନାନ୍ସ ଇଞ୍ଜିନ ଧକ୍କା ଦେଲା । ଧକ୍କାରେ ସମଲେଶ୍ଵର ଏକ୍ସପ୍ରେସ ଇଞ୍ଜିନରେ ନିଆଁ ଲାଗିଗଲା । ଧକ୍କା ଖାଇ ସମଲେଶ୍ଵରୀ ଏକ୍ସପ୍ରେସ ଇଞ୍ଜିନ ହୁତୁ ହୁତୁ ହୋଇ ଜଳିବାରେ ଲାଗିଲା । ଧକ୍କାରେ ଇଞ୍ଜିନ ସହ ୨ଟି ବଗି ଲାଇନଚ୍ୟୁତ ହୋଇଥିଲା ।

loading...

ଲଗେଜ ଭ୍ୟାନ ଓ ଗୋଟିଏ ଜେଜେରଳ କୋଚ ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣାରେ ମେଣ୍ଟେନାନ୍ସ ଇଞ୍ଜିନ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅନ୍ୟ ୨ ଜଣ କ୍ରିଉ ମେମ୍ବର ଜଳନ୍ତା ଇଞ୍ଜିନରେ ଫସି ରହିଥିବା ସୂଚନା ମିଳିଛି । ଦୁର୍ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ରାୟଗଡା ଜିଲ୍ଲାପାଳ ଓ ଏସପି ପହଞ୍ଚିଛନ୍ତି । ଜଣେ ମୃତ ଓ ୨/୩ ଜଣ ଫସି ରହିଥିବା କହିଛନ୍ତି ଜିଲ୍ଲାପାଳ ।

Please follow and like us:
error
loading...