ଆପତ୍ତିଜନକ ଭିଡ଼ିଓ ଭାଇରାଲ କରିଥିବା ଯୁବକ ଧରାପଡିଲା

STATE

ଧରା ପଡିଛି ଜନୈକା କଲେଜ ଛାତ୍ରୀଙ୍କ ଜଣେ ଯୁବକଙ୍କ ସହ ଆପତ୍ତିଜନକ ଭିଡ଼ିଓ ଭାଇରାଲ କରିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଯୁବକ । ତାଳସରି ମେରାଇନ ପୋଲିସ ସମ୍ପୂର୍କ୍ତ ଯୁବକଙ୍କୁ ନେଇ ଥାନାରେ ଅଟକ ରଖିଛି । ଅଭିଯୋଗ ଅନୁଯାୟୀ ଗତ ୧ ତାରିଖ ଦିନ ଭୋଗରାଇ ଅଞ୍ଚଳରେ ଯୁକ୍ତ ୨ ପଢୁଥିବା ଜଣେ ଛାତ୍ରୀ ମେରାଇନ ତାଳସରି ସମୁଦ୍ର କୂଳରେ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ବସିଥିବାବେଳେ କେତେକ ଦୁର୍ବୃତ୍ତ ସେମାନଙ୍କୁ ବାଧ୍ୟ କରିଥିଲେ ଅଶ୍ଳୀଳ ସମ୍ପର୍କ ସ୍ଥାପନ କରିବାକୁ । ସେହି ଅନ୍ତରଙ୍ଗ ମୂହୁର୍ତ୍ତର ଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ସେମାନେ ଉତ୍ତୋଳନ କରି ଟଙ୍କା ଦେବାକୁ ବ୍ଲାକମେଲ କରିଥିଲେ ଓ ପରେ ଟଙ୍କା ନପାଇବାରୁ ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ କରିଥିଲେ ।

ଧରାପଡିଥିବା ସମ୍ପୃକ୍ତ ଅଭିଯୁକ୍ତ ଯୁବକ ଜଣଙ୍କ ଛାତ୍ରୀଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ।

Please follow and like us:
error