ବଲିଉଡର ଅଭିନେତା କିରଣ କୁମାର କରୋନାରେ ପୀଡିତ

NATIONAL

ନୂଆଦିଲ୍ଲୀ : ବଲିଉଡର ପ୍ରଖ୍ୟାତ ଅଭିନେତା କିରଣ କୁମାର ମଧ୍ୟ କରୋନା ଭାଇରସ୍ ସଂକ୍ରମିତ ହୋଇଥିବା ଜଣାପଡିଛି । କିରଣ ନିଜେ ଏ ନେଇ ସ୍ପଷ୍ଟ କରିଛନ୍ତି । ରିପୋର୍ଟ ଅନୁଯାୟୀ, କିରଣଙ୍କର କରୋନା ଭାଇରସର କୌଣସି ଲକ୍ଷଣ ନଥିଲା । ସେ ସଂପୂର୍ଣ୍ଣ ଠିକ୍ ଥିଲେ । ତାଙ୍କର କାଶ, ଜ୍ବର ନଥିଲା କିମ୍ବା ନିଶ୍ବାସ ନେବାରେ କୌଣସି ଅସୁବିଧା ନଥିଲା । କିନ୍ତୁ ଯେତେବେଳେ ତାଙ୍କର କୋରାନା ଟେଷ୍ଟ କରାଯାଇଥିଲା ତାଙ୍କ ରିପୋର୍ଟ ପଜିଟିଭ୍ ଆସିଲା ।

ରିପୋର୍ଟ ଆସିବା ପରେ ବର୍ତ୍ତମାନ କିରଣ ତାଙ୍କ ଘରେ କ୍ବାରେଣ୍ଟାଇନରେ ଅଛନ୍ତି। ସୋମବାର କିମ୍ବା ମଙ୍ଗଳବାର ଦିନ ସେ ପୁଣିଥରେ ଟେଷ୍ଟ କରାଇବେ ବୋଲି ଜଣାପଡିଛି । କିରଣ କହିଛନ୍ତି ଯେ, ଘରେ ଦୁଇଟି ମହଲା ଅଛି । ତାଙ୍କ ପତ୍ନୀ ଏବଂ ପିଲାମାନେ ପ୍ରଥମ ମହଲାରେ ରୁହନ୍ତି ଏବଂ ସେ ଉପର ମହଲାରେ ଆଇସୋଲେସନରେ ରହୁଛନ୍ତି । ପରିବାର ସହ ଫୋନ୍ ମାଧ୍ୟମରେ ସେ କଥାବାର୍ତ୍ତା ହେଉଛନ୍ତି । କିରଣ ଏକ ୱେବସାଇଟ୍ ସହିତ କଥା ହୋଇ କହିଛନ୍ତି ଯେ, ଏହି ସମୟ ମଧ୍ୟରେ ଆମ ସମସ୍ତଙ୍କୁ ପଜିଟିଭ୍ ହେବାକୁ ପଡିବ । କରୋନାକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । ଆମକୁ ଏହାର ମୁକାବିଲା କରିବାକୁ ପଡିବ । ସେ କହିଥିଲେ ଯେ, ସେ ନିୟମିତ ବ୍ୟାୟାମ କରୁଛନ୍ତି ଏବଂ ପୁଷ୍ଟିକର ଖାଦ୍ୟ ଖାଉଛନ୍ତି । ଆମକୁ ଏହି ଭାଇରସ୍ କବଳରୁ ସାରା ଭାରତକୁ ରକ୍ଷା କରିବାକୁ ପଡିବ ବୋଲି ସେ କହିଛନ୍ତି ।

Please follow and like us: