ପୁଣି ନୀଳଗିରିରେ ହାତୀ ଆତଙ୍କ

STATE

ନୀଳଗିରି ପିଛା ଛାଡୁନି ହାତୀ ଆତଙ୍କ । ପୁଣି କାଲିଠାରୁ ସେଠାରେ ଦେଖାଦେଇଛି ହାତୀ ଉପଦ୍ରବ । ନୀଳଗିରିର ପୀଠାହତା ଗାଁରେ ପଶିଛି ହାତୀ । ରାତି ଅଧରେ ପଶି ଘର ଓ ଗଛ ଭାଙ୍ଗି ଦେଇଛି । ଲୋକେ ତେଣୁ ଶାନ୍ତିରେ ଶୋଇବା ତ ଦୂରର କଥା, ରହି ବି ପାରୁନାହାନ୍ତି ।

loading...

ହାତୀ ଉପଦ୍ରବ ଦେଖି ଭୟ କରିଯାଇଛନ୍ତି ଗାଁ ଲୋକେ । ସେମାନେ ଜୀବନ ବିକଳରେ ଗାଁ ଛାଡି ଦେଇଛନ୍ତି । ତେବେ ହାତୀ ଆକ୍ରମଣର ଭୟ ଯାଇନାହିଁ । ଦୁଇଜଣ ବୃଦ୍ଧ ଦମ୍ପତି ପଡିଯାଇଥିଲେ ହାତୀଙ୍କ ହାବୁଡରେ । ହେଲେ କୌଣସିମତେ ଅତି ଅଳ୍ପକେ ସେମାନେ ହାତୀ ଆକ୍ରମଣରୁ ବର୍ତ୍ତୀ ଯାଇଥିବା ସୂଚନା ମିଳିଛି ।

Please follow and like us:
error
loading...