ପୁଣି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

STATE

ଆସନ୍ତା ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ପୁଣି ଆସିବେ । ରାଜଧାନୀ ଭୁବନେଶ୍ଵରରେ ରୋଡ ଶୋ ସହ ସାଧାରଣସଭାରେ ସେ ଉଦ୍ବୋଧନ ଦେବେ ବୋଲି ଜଣାପଡିଛି । ବିମାନବନ୍ଦରରୁ ବରମୁଣ୍ଡା ପଡିଆ ପର୍ଯ୍ୟନ୍ତ ରୋଡ ଶୋ କରାଯିବାର କାର୍ଯ୍ୟକ୍ରମ ରହିଛି । ମିଳିଥିବା ସଂବାଦ ଅନୁଯାୟୀ ରୋଡ ଶୋ ଏୟାରପୋର୍ଟରୁ ବାହାରି ଗଙ୍ଗନଗର, ଓୟୁଏଟି ଦେଇ ଯିବ । ତାପରେ ସିଟି ଓମେନ୍ସ କଲେଜ ଓ ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡାରେ ପହଞ୍ଚିବ ।

ବରମୁଣ୍ଡା ପଡିଆରେ ଦିନ ୨ଟାରେ ମୋଦୀଙ୍କ ସାଧାରଣସଭାରେ ଯୋଗଦାନ କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ଜନସମୂହକୁ ଉଦ୍ବୋଧନ ଦେବେ । ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ।

Please follow and like us: