ଭାରତର କୂଟନୈତିକ ବିଜୟ, ଆଝାର ଗ୍ଲୋବାଲ ଟେରରିଷ୍ଟ ଘୋଷିତ

INTERNATIONAL

ଜୈଶ-ଇ-ମହମ୍ମଦ (ଜେଇଏମ) ମୁଖ୍ୟ ମାସୁଦ ଆଝାରକୁ ବିଶ୍ଵ ଆତଙ୍କବାଦୀ ରୂପେ ଘୋଷଣା କରିବାକୁ ଶେଷରେ ଭାରତର ଉଦ୍ୟମ ସଫଳ ହୋଇଛି । ଏହା ପୂର୍ବରୁ ଯେତେଥର ଜାତିସଙ୍ଘରେ ଏନେଇ ପ୍ରସ୍ତାବ ଆଗତ ହେଉଥିଲା, ଚୀନର ପ୍ରତିବନ୍ଧକ ଯୋଗୁ ତାହା କାର୍ଯ୍ୟକାରୀ ହୋଇପାରୁନଥିଲା । ଏପରିକି ଭାରତର ଜମ୍ମୁ-କାଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣ ପରେ ଆଝାରକୁ କଳାତାଲିକାଭୁକ୍ତ କରିବାକୁ ଜାତିସଂଘ ନିରାପତ୍ତା ପରିଷଦର ୧୨୬୭ ଅଲ କାଏଦା କାର୍ଯ୍ୟାନୁଷ୍ଠାନ କମିଟିରେ ଫ୍ରାନ୍ସ, ବ୍ରିଟେନ ଓ ଆମେରିକାର ପ୍ରସ୍ତାବ ମଧ୍ୟ ଚାଇନାର କଟକଣା ଯୋଗୁ କାଟ ଖାଇଥିଲା ।

ତେବେ ଗତକାଲି ଚାଇନା ଏହି ବୈଷୟିକ କଟକଣା ଉଠାଇନେଇଛି । ଉଠାଇବା ପୂର୍ବରୁ ଅବଶ୍ୟ ଏନେଇ ଚାଇନା ବହିର୍ବ୍ୟପର ମନ୍ତ୍ରଣାଳୟ ମୁଖପାତ୍ର ଗେଙ୍ଗ ଶୁଆଙ୍ଗ ସୂଚନା ଦେଇଥିଲେ । ଏହି କଟକଣା ଚାଇନା ଉଠାଇଦେବାପରେ ମାସୁଦକୁ ଗ୍ଲୋବାଲ ଟେରରିଷ୍ଟ ଭାବେ ଘୋଷଣା କରାଯାଇଛି । ଏହାକୁ ଭାରତର ବଡ କୂଟନୈତିକ ସଫଳତା ବୋଲି କୁହାଯାଉଛି । ଉକ୍ତ ଘୋଷଣା ଜାତିସଂଘ ସୁରକ୍ଷା ପରିଷଦ ଦ୍ଵାରା କରାଯାଇଛି ।

ଏହା ଉପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି, “ଦେଶକୁ ଯେଉଁଠୁ ବିପଦ ରହିବ, ଘରେ ପଶି ମାରିବୁ । କିଏ ଗୁଳି ମାରିଲେ, ତାକୁ ଗୋଳରେ ଜବାବ ଦିଆଯିବ ।” ଏହା ସହିତ ବିଶ୍ଵ ସମୁଦାୟକୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

Please follow and like us:
error