କୋରିଓ ଗ୍ରାଫର ଗଣେଶଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ENTERTAINMENT

ମୁମ୍ବଇ : ଦେଶର ଜଶେ ନାମୀ ଏବଂ ଦାମୀ କୋରିଓ ଗ୍ରାଫର ଗଣେଶ ଆଚାରିୟ । ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଜଣେ ୩୩ ବର୍ଷିୀୟ ମହିଳା ତାଙ୍କ ନାଁରେ ଆଣିଛନ୍ତି ଏହି ଅଭିଯୋଗ ।

ବଲିଉଡ୍ ଇଣ୍ଡଷ୍ଟ୍ରୀର ଅନେକ କଳାକାର ସବୁବେଳେ କିଛି ନା କିଛି ବିବାଦରେ ରହି ଆସିଛନ୍ତି । ବଡ଼ ବଡ଼ ଅଭିନେତା ଠାରୁ ଆରମ୍ଭ କରି ଅଭିନେତ୍ରୀ, ସଙ୍ଗୀତକାର ଓ କଣ୍ଠଶିଳ୍ପୀ ମଧ୍ୟ ବିବାଦରେ ରହିଛନ୍ତି । ଏବେ ସେମିତି ଏକ ବିବାଦରେ ଫସିଛନ୍ତି ବଲିଉଡର ଲୋକପ୍ରିୟ କୋରିଓଗ୍ରାଫର ଗଣେଷ ଆଚାରିୟ । ଜଣେ ମହିଳା ତାଙ୍କ ନାଁରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, କୋରିଓଗ୍ରାଫର ଗଣେଶ ଆଚାରିୟ ତାଙ୍କୁ ଅଶ୍ଲିଳ ଫିଲ୍ମ ଦେଖିବାକୁ ବାଧ୍ୟ କରିବା ସହ ତାଙ୍କୁ କାମର କମିଶନ ମାଗୁଥିଲେ । ମହିଳା ଜଣଙ୍କ ଥାନାରେ ଦେଇଥିବା ଅଭିଯୋଗ ପତ୍ର ବା ଏଫ୍ଆଇଆର୍ କପି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗଣେଶଙ୍କ ବିରୋଧରେ ଅମ୍ବୋଲି ଥାନାରେ ଏନେଇ ଅଭିଯୋଗ କରିଛନ୍ତି ମହିଳା ଜଣକ ।

ଏଫ୍ଆଇଆର୍ କପିରେ ସେ କରିଛନ୍ତି ଯେ, ଗଣେଶ ଇଣ୍ଡିଆନ୍ ଫିଲ୍ମ ଆଣ୍ଡ ଟେଲିଭିଜନ୍ କୋରିଓଗ୍ରାଫର୍ସ ଆସୋସିଏସନର ସାଧାରଣ ସମ୍ପାଦକ ହେବା ପରଠାରୁ ତାଙ୍କୁ ହଇରାଣ କରୁଛନ୍ତି । ଏପରିକି କଥା ନ ମାନିବାରୁ ଗଣେଶ ତାଙ୍କ ପଦର ଅପବ୍ୟବହାର କରି ତାଙ୍କୁ ଆସୋସିଏସନରୁରୁ ବାହାର କରି ଦେଇଛନ୍ତି । ଖାଲି ସେତିକି ନୁହେଁ ମହିଳାଙ୍କୁ ଗଣେଶ ନିଜର ଆସିଷ୍ଟାଣ୍ଟ ହେବାକୁ ବାଧ୍ୟ କରିଥିଲେ । ହେଲେ ମହିଳା ଜଣଙ୍କ ନମାନିବାରୁ ଓ ସ୍ୱତନ୍ତ୍ର ଭାବେ କାମ କରିବାକୁ ଚାହୁଁଥିବାରୁ ଗଣେଶ ତାଙ୍କୁ ହଇରାଣ କରୁଥିଲେ ।

Please follow and like us:
error