Suicide

ଧର୍ମଶାଳାରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

STATE

ଚାଷୀ ଆତ୍ମହତ୍ୟା ଖବର ପୁଣି ଆସିଛି । ଯାଜପୁରର ଧର୍ମଶାଳାରେ ଜନୈକ ଚାଷୀ ଆତ୍ମହତ୍ୟା କରିଥିବା ଖବର ମିଳିଛି । ପଟୁଣିଆ ପଞ୍ଚାୟତ ଡିହନରସିଂହପୁର ଗାଁର ଚାଷୀ ସୁଶାନ୍ତ ଗନ୍ତାୟତ ଆତ୍ମହତ୍ୟା କରିଛନ୍ତି ।

ଗତ ୧୨ ତାରିଖ ଦିନ ସେ କୀଟନାଶକ ପିଇ ଦେଇଥିଲେ । ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଆଜି ସେ ମୃତ୍ୟୁ ବରଣ କରିଛନ୍ତି । ସୂଚନା ଅନୁସାରେ ସେ ଲକ୍ଷାଧିକ ଟଙ୍କା ଋଣ କରିଥିଲେ । ହେଲେ ସେ ଶୁଝି ନପାରିବା କାରଣରୁ ଚାପରେ ଥିଲେ । ଶେଷରେ ଅନ୍ୟ କିଛି ଉପାୟ ନପାଇ ସେ କୀଟନାଶକ ପିଇ ଜୀବନ ହାରିବାକୁ ବାଧ୍ୟ ହୋଇଥିଲେ । ସେ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତ ଚାଷୀ ସୁଶାନ୍ତଙ୍କ ପତ୍ନୀ ।

Please follow and like us: