ବାଟରେ ଅଟକିଗଲା ଆମ୍ବୁଲାନ୍ସ, ରୋଗୀ ଯନ୍ତ୍ରଣାରେ ଛଟପଟ

STATE

ଢେଙ୍କାନାଳରେ ଘଟିଛି ଏକ ଅଭାବନୀୟ ଅଘଟଣ । ରୋଗୀଙ୍କୁ ନେଇ ଯାଉଥିବାବେଳେ ଅଧା ବାଟରେ ରହିଗଲା ୧୦୮ ଆମ୍ବୁଲାନ୍ସ । ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀ ଠିକ ସମୟରେ ମେଡିକାଲରେ ପହଞ୍ଚି ନ ପାରିବାରୁ ହନ୍ତସନ୍ତ ହୋଇଥିବା ସୂଚନା ମିଳିଛି ।

ଖବରରୁ ଜଣାପଡିଛି ଯେ କାମାକ୍ଷାନଗର ଅଞ୍ଚଳରୁ ଜଣେ ମହିଳା ରୋଗୀଙ୍କୁ ନେଇ ଆମ୍ବୁଲାନ୍ସ କଟକ ଏସସିବି ମେଡିକାଲକୁ ଆସୁଥିବାବେଳେ କଚେରୀ ରୋଡରେ ଆମ୍ବୁଲାନ୍ସ ଖରାପ ହୋଇଯାଇଥିଲା । ଯାହା ଫଳରେ ୨ ଘଣ୍ଟା କାଳ ଆମ୍ବୁଲାନ୍ସ ନଯିବାରୁ ରୋଗୀ ରୋଗୀ ଅଟକି ରହିଥିଲେ । ତେବେ ଆଉ ଏକ ଆମ୍ବୁଲାନ୍ସ ପହଞ୍ଚିବା ପରେ କଟକ ବଡ ମେଡିକାଲକୁ ରୋଗୀ ଯିବାରେ ସକ୍ଷମ ହୋଇଥିଲେ ।

Please follow and like us:
error