ଆଜି ଆସିବେ ଅମିତ ଶାହା, ବିଜେପି ଚଳଚଂଚଳ

POLITICS STATE

ସାଲେପୁର : ଆଜି କମ୍ପିବ ସାଲେପୁର । କଟକ ସାଲେପୁରର କୁଳିଆ ପଡ଼ିଆରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ
ଶାହା ଡାକିଛନ୍ତି ସମ୍ମିଳନୀ । କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଲୋକସଭାମଣ୍ଡଳୀର ବୁଥ୍ ସ୍ତରରୁ ୫୦ ହଜାରରୁ ଅଧିକ କାର୍ୟ୍ୟକର୍ତ୍ତା ଏହି ସମ୍ମିଳିନୀରେ ଏକାଠି ହେବେ ।ତେବେ ଏଥର ସମ୍ମିଳନୀରେ କଣ କହିବେ ଶାହା ? ଗର୍ଜିବେ ନା ନରମିବେ ?

loading...

ଗତ ୩ଟି ଗସ୍ତରେ ନବୀନଙ୍କ ବିରୋଧରେ ମୋଦିଙ୍କ ସ୍ବର ନରମ ରହିଥିବା ବେଳେ ରାହୁଲ ଗାନ୍ଧି କିନ୍ତୁ ବିଜେପି-ବିଜେଡିକୁ ଜୋରଦାର ନିଶାନା କରିଛନ୍ତି ।ତେଣୁ ଏବେ ଶାହାଙ୍କ ଉପରେ ପ୍ରେସର । ମୁହଁ ଖୋଲି ରାଜ୍ୟ ସରକାରଙ୍କ ଉପରେ ବର୍ଷିବେ ? ନା ରାଜନୀତି ସମୀକରଣ ଜଗି ଚୁପ୍ ରହିବେ ? ମାନେ ଶାହାଙ୍କର ସେହି ପୋଡ଼ା ଟ୍ରାନ୍ସଫରର ଶାଣିତ ସ୍ବର ରହିବ ନା ସେ ବି ମୋଦିଙ୍କ ଭଳି ତେର୍ଚ୍ଛା ବାଣ ମାରିବେ, ତାକୁ ନେଇ ଚର୍ଚ୍ଚା ବଢୁଛି।

Please follow and like us:
error
loading...