Dharmendra Pradhan

ଅଶ୍ଵିନୀ ବୈଷ୍ଣବଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିବା ନେଇ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉତ୍ତର

STATE

ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ଵିନୀ ବୈଷ୍ଣବଙ୍କୁ ବିଜେଡ଼ିର ସମର୍ଥନ ନେଇ ନିଜ ପ୍ରତିକ୍ରିୟାରେ ସମାଲୋଚକଙ୍କୁ ଜବାବ ଦେବାକୁ ଯାଇ କହିଛନ୍ତି, “ଗଣତନ୍ତ୍ରରେ ବୁଝାମଣାର ଆବଶ୍ୟକତା ଥାଏ । ଅଶ୍ଵିନୀଙ୍କୁ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ଅଶ୍ଵିନୀଙ୍କୁ ଖୋଲାଖୋଲି ସମର୍ଥନ କଲେ । ତେଣୁ ଏହା ଗୁପ୍ତ ବୁଝାମଣା ନୁହେଁ, ଖୋଲା ବୁଝାମଣା । ରାଜ୍ୟର ବୃହତ୍ତର ସ୍ଵାର୍ଥ ଦ୍ରୁଷ୍ଟିରୁ ଏହି ବୁଝାମଣା ହୋଇଛି । ବୁଝାମଣା ପଛର ବିକାଶ ହିଁ ମୁଖ୍ୟ, ଏହା ଓଡିଶା ପାଇଁ ଲାଭଦାୟକ ।”

loading...

ବିଜେପି କ୍ଷତିରେ ରହିବ କି ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଥିଲେ, “ସମୟ କହିବ, କାହାର ଲାଭ ଓ କ୍ଷତି ହେବ । ଏହା ଲୋକଙ୍କ ମନରେ ଦ୍ଵନ୍ଦ ସୃଷ୍ଟି କରୁନି, କିଛି ବନ୍ଧୁଙ୍କ ମନରେ ଉଦବେଳନ ହେଉଛି ।”

Please follow and like us:
error
loading...