ମଲାଇକାଙ୍କ ବିକିନି ପିନ୍ଧା ଫଟୋ ପାଇଁ ସମାଲୋଚନାର ଶରବ୍ୟ ହେଲେ ଅର୍ଜୁନ

ENTERTAINMENT

ମୁମ୍ବାଇ : ଅରବାଜ ଖାନଙ୍କ ସହ ଛାଡପତ୍ର ହେବା ପରଠାରୁ ଅଭିନେତ୍ରୀ ମଲାଇକା ଅରୋରା ଖାନ୍ ନିଜ ପର୍ସନାଲ୍ ଲାଇଫକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଗତ ବର୍ଷରୁ ଏମିତି ଖବର ଆସୁଛି ଯେ, ମଲାଇକା ଅର୍ଜୁନ୍ କପୁରଙ୍କୁ ଡେଟ୍ କରୁଛନ୍ତି। ଦୁହେଁ ଏ ପର୍ଯ୍ୟନ୍ତ ନିଜ ସମ୍ପର୍କକୁ ଖୋଲାଖୋଲି ଭାବେ ସ୍ୱୀକାର କରି ନାହାନ୍ତି। କିନ୍ତୁ ଅର୍ଜୁନଙ୍କ ଫ୍ୟାନ୍ସମାନେ ମଲାଇକାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଆଦୌ ଖୁସି ନାହାନ୍ତି। ତେଣୁ ସୋସିଆଲ ମିଡିଆରେ ମଲାଇକାଙ୍କ ସହ ସମ୍ପର୍କକୁ ନେଇ ଅର୍ଜୁନଙ୍କୁ ଖୁବ୍ ଟ୍ରଲ୍ କରାଯାଉଛି।

ନିକଟରେ ମଲାଇକା ଇନ୍ଷ୍ଟାଗ୍ରାମରେ ନିଜ ବିକିନି ଫଟୋ ଶେଆର୍ କରିଛନ୍ତି ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଆଉ ଏହି ଫଟୋ ଦେଖିବା ପରେ ଅର୍ଜୁନ୍ କପୁରଙ୍କୁ ଲୋକଙ୍କର ଆକ୍ରୋଶର ଶିକାର ହେବାକୁ ପଡ଼ିଛି।
ବିକିନି ପିନ୍ଧି ମଲାଇକା ପାଣି ଭିତରେ ସୁଇମିଂ କରୁଥିବା ଦେଖିବାକୁ ମିଳିଛି। ଫଟୋକୁ ଦୁଇ ଘଣ୍ଟା ଭିତରେ ଲକ୍ଷାଧିକ ଲାଇକ୍ ଓ ହଜାର ସଂଖ୍ୟାରେ କମେଣ୍ଟ୍ ମିଳି ସାରିଲାଣି। ଅଧିକାଂଶ ଇନ୍ଷ୍ଟା ୟୁଜରମାନେ ମଲାଇକାଙ୍କ ପାଇଁ ନେଗେଟିଭ୍ କମେଣ୍ଟ୍ ଲେଖିଛନ୍ତି।

ମଲାଇକାଙ୍କ ଫଟୋରେ କୋରିଓଗ୍ରାଫର ଫରାହଖାନ୍ ବି କମେଣ୍ଟ୍ କରିଛନ୍ତି। ସେ ଲେଖିଛନ୍ତି ପାଣି ଭିତରେ କିଏ ଫଟୋ ଉଠାଇଛି? ସେଠି ଅନ୍ୟ ଏକ ୟୁଜର ଲେଖିଛନ୍ତି – ନିଜ ବୟସର ତ ସମ୍ମାନ କର। ସେକ୍ସି ଆଣ୍ଟି ପାଇଥିବାରୁ ଅର୍ଜୁନ୍ ବହୁତ ଭାଗ୍ୟବାନ୍। ଆଉ ଜଣେ ଲେଖିଛନ୍ତି ଲାଜ ସରମ ଛାଡ଼ିଯିବାର ଗୋଟିଏ ସୀମା ଥାଏ, ବୁଢ଼ି ସୁଧୁରି ଯାଅ। ଆଉ ଏହି ଫଟୋ ଅର୍ଜୁନ୍ ଉଠେଇଛି ନା। ସୂଚନାଯୋଗ୍ୟ ଯେ, ଦୁହେଁ ଖୁବ୍ ଶୀଘ୍ର ବିବାହ କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Please follow and like us:
error