odisha infocus

ଆଜିଠୁ ଆରମ୍ଭ ହେଲା ବିଧାନସଭା ଅଧିବେଶନ

STATE

ଆଜିଠାରୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ । ଷୋଡଶ ବିଧାନସଭାର ଆଜି ପ୍ରଥମ ଅଧିବେଶନ । ପ୍ରଥମ ଦିନରେ ଗୃହରେ ଅଭିଭାଷଣ ଦେବେ ଓଡିଶାର ରାଜ୍ୟପାଳ । ଚଳିତ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ ବୋଲି ସ୍ଥିର ରହିଛି । ମୋଟ ୩୦ ଦିନ ଏହି ଅଧିବେଶନ ଚାଲିବ । ଆସନ୍ତା ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ ।

ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜୁନ ୨୫ ତାରିଖରୁ ଜୁଲାଇ ୨ ଯାଏଁ ଚାଲିବ । ସ୍ଵୀତୀୟ ପ୍ରାଜ୍ୟ ଜୁଲାଇ ୧୨ରୁ ଅଗଷ୍ଟ ୮ ଯାଏଁ ଚାଲିବ । ଜୁନ ୨୮ରେ ଉପସ୍ଥାପିତ ହେବ ୨୦୧୯-୨୦ର ଆର୍ଥିକ ବର୍ଷ ବଜେଟ । ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

Please follow and like us:
error