ଅଶ୍ଵିନୀ ବୈଷ୍ଣବ ଯୋଗ ଦେଲେ ବିଜେପି ରେ

STATE

ଆଜି ବିଜେପିରେ ଯୋଗ ଦେଇଛନ୍ତି ଅଶ୍ଵିନୀ ବୈଷ୍ଣବ । ସେ ହେଉଛନ୍ତି ଜଣେ ପୂର୍ବତନ ଆଇଏଏସ । ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ସଦସ୍ୟତା ସେ ଗ୍ରହଣ କରିଛନ୍ତି । ବିଜେପିର ରାଜ୍ୟ ସଭାପତି ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବିଜେପି ତାଙ୍କୁ ଓଡିଶାରୁ ରାଜ୍ୟସଭା ପ୍ରାର୍ଥୀ କରିଛି । ତାଙ୍କ ପ୍ରାର୍ଥିତ୍ଵକୁ ବିଜେଡି ସମର୍ଥନ ଦେଇଛି ।

loading...

ବିଜେପିରେ ଯୋଗ ଦେବା ପରେ ନିଜ ପ୍ରତିକ୍ରିୟାରେ ଅଶ୍ଵନୀ ବୈଷ୍ଣବ କହିଛନ୍ତି ଯେ ଓଡିଶାବାସୀଙ୍କ ସେବା ପାଇଁ ବିଜେପି ତାଙ୍କୁ ସୁଯୋଗ ଦେଇଛି । ବିଜେପି ସୁଯୋଗ ଦେଇଥିବାରୁ ସେ ବିଜେପିକୁ ଧନ୍ୟବାଦ ଦେଇଥିଲେ । ସେ କହିଥିଲେ, “ଓଡିଶାର ପ୍ରଗତି, ବିକାଶ ପାଇଁ ଯାହା କରିବା କଥା ମୁଁ କରିବି ।”

Please follow and like us:
error
loading...