ଶେଷରେ ଜେଲ ଗଲେ ପାଟଣାଗଡ ବିଧାୟକ

STATE

ଶେଷରେ ଆଜି ଜେଲ ଯାଇଛନ୍ତି ପାଟଣାଗଡ ବିଧାୟକ ସରୋଜ ମେହେର । ଆଜି ଥିଲା ଜାମିନ ଶୁଣାଣି । ହେଲେ ଶୁଣାଣି ଘୁଞ୍ଚିଗଲା । ତେଣୁ ତାଙ୍କୁ ଜେଲ ପଠାଯାଇଛି । ମଧ୍ୟବର୍ତ୍ତୀକାଳୀନ ଆଦେଶ ବଳରେ ତାଙ୍କୁ କୋର୍ଟ ଜେଲ ପଠାଇଛନ୍ତି । ଜୁଲାଇ ୧ରେ ସରୋଜଙ୍କ ଜାମିନ ଆବେଦନର ଶୁଣାଣି ହେବ । ଆଜି ପୂର୍ବାହ୍ନରେ ଜେଇଙ୍କୁ ଉଠବସ ମାମଲାରେ ସରୋଜଙ୍କୁ ଗିରଫ କରିଥିଲା ପାଟଣାଗଡ ପୋଲିସ ।

ଉଲ୍ଲେଖଯୋଗ୍ୟ ଯେ ସକାଳୁ ପାଟଣାଗଡ ବିଧାୟକ ସରୋଜ ମେହେର ଅଟକ ରଖିଥିଲା । ସକାଳୁ ବିଧାୟକଙ୍କୁ ନୂଆପଡାରୁ ବଲାଙ୍ଗିର ଏସପିଙ୍କ ନେତୃତ୍ଵରେ ଆଣି ବଲାଙ୍ଗିରରେ ଜେରା କରାଯାଇଥିଲା । ବଲାଙ୍ଗିର ମନୋହରପୁର ରିଜର୍ଭ ପୋଲିସ ବାରାକରେ ରଖି ଜେରା କରିଥିଲା । ପାଟଣାଗଡ କନିଷ୍ଠ ଯନ୍ତ୍ରୀଙ୍କୁ ଉଠ ବସ ଘଟନାକୁ ନେଇ ମାମଲା ହୋଇଥିଲା । ଗତ ୫ ତାରିଖରେ ଗମ୍ଭାରୀ ଗାଁରେ ଘଟିଥିଲା ଘଟଣା । ଏହି ଘଟଣାକୁ ନେଇ ଆଦିବାସୀ ସଂଘ ଆସନ୍ତା ୨୬ରେ ବିଧାନସଭା ଘେରାଉ ଧମକ ଦେଇଥିଲା ।

Please follow and like us:
error