odisha infocus

ପୁଣି ଏକ ଦୁଷ୍କର୍ମ ଓ ତାପରେ ହତ୍ୟା ଉଦ୍ୟମ

STATE

ସମ୍ବଲପୁରରେ ଘଟିଛି ଏକ ଲଜ୍ଜାଜନକ ଘଟଣା ଯାହା ସାରା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ପରେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ତାକୁ ହତ୍ୟା କରିବା ଭଳି ଜଘନ୍ୟ ଉଦ୍ୟମ କରିଛି ଦୁଷ୍କର୍ମକାରୀ । ଘଟଣାଟି ହେଉଛି ସମ୍ବଲପୁରର କତରବଗା ଥାନା ଅଞ୍ଚଳର ।

ଦୁଷ୍କର୍ମକାରୀ ଦୁଷ୍କର୍ମ କରିବା ପରେ ନାବାଳିକାକୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ତାର ମୁହଁକୁ ପଥରରେ ଛେଚି ଦେଇ ଏକ ପଡିଆରେ ଫୋପାଡି ଦେଇ ପଳାଇଯାଇଛି । ପରିବାର ଲୋକେ ଖୋଜାଖୋଜି କରି ପଡିଆରୁ ତାକୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରିଛନ୍ତି । ଅବସ୍ଥା ଗୁରୁତର ଥିବାରୁ ତାକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରିଛନ୍ତି । ଗତକାଲି ଶୌଚ ପାଇଁ ଯାଇଥିବାବେଳେ ସୁଯୋଗ ପାଇ ଦୁଷ୍କର୍ମକାରୀ ଦୁଷ୍କର୍ମ କରିଥିବା ଅଭିଯୋଗ କରାଯାଇଛି । ଥାନାରେ ଏତଲା ଦେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Please follow and like us:
error