ଥାନାରେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

STATE

ଆସିକାର ପାଟପୁର ଥାନାରେ ଘଟିଛି ଏକ ହୀନ ଉଦ୍ୟମ । ଅପରାଧୀ ଆତ୍ମହତ୍ୟା କରି ସବୁଦିନ ପାଇଁ ସଂସାର ଛାଡିବାକୁ ଚେଷ୍ଟା କରିଥିଲେ । ଶିବ ପାତ୍ର ନାମକ ଜନୈକ ହତ୍ୟା ଅଭିଯୁକ୍ତ ଥାନା ପରିସରରେ ଏଭଳି ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ପାଟପୁର ଥାନାରେ ଥିବା ଅଭିଯୁକ୍ତ ଶୌଚ ହେବାକୁ କହିଥିଲେ । ଶୌଚ ହେବାକୁ ଯାଇ ଥାନା ପରିସରରେ ଥିବା ଶୌଚାଳୟ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବେକରେ କପଡା ଗୁଡାଇ ଶୌଚାଳୟର ଏକ କାଠରେ ଓହଳି ପଡିଥିଲେ । ତେବେ ସନ୍ଦେହରେ ପୋଲିସ ଶୌଚାଳୟ ଭିତରେ ପ୍ରବେଶ କରିଥିଲା ଓ ଅଭିଯୁକ୍ତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ମେଡିକାଲକୁ ପଠାଇଥିଲା ।

Please follow and like us:
error