Flame

ଦେହରେ କିରୋସିନି ଢାଳି ନିଜକୁ ନିଆଁ ରେ ପୋଡିବାକୁ ଉଦ୍ୟମ

STATE

କୋଣାର୍କ ଅଞ୍ଚଳରେ ଜଣେ ମହିଳା ନିଜ ଦେହରେ କିରୋସିନି ଢାଳି ଦେଇ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବାର ସଂବାଦ ନଜରକୁ ଆସିଛି । ହେଲେ ସେ ଦେହରେ ନିଆଁ ଲଗାଇବା ପରେ ଖବର ପାଇ ତୁରନ୍ତ ଘଟଣାସ୍ଥଳେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଯାଇଥିଲେ । ମହିଳା ଜଣଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲକୁ ପଠାଇ ଦେଇଛନ୍ତି । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଳରେ ତାଙ୍କୁ ଭର୍ତ୍ତି କରାଯାଇଛି ।

ଘଟଣାଟି ଘଟିଛି କୋଣାର୍କର ବେଦପୁର ଗାଁରେ । ଗୁରୁତର ମହିଳା ଜଣଙ୍କ ପାରିବାରିକ କଳହକୁ କେନ୍ଦ୍ର କରି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ବୋଲି ଜଣାପଡିଛି ।

Please follow and like us: