ପୁତୁରା ମାଡରେ ମାଉସୀ ଗୁରୁତର, ପୁତୁରା ଥାନାରେ ଅଟକ

STATE

ନୀଳଗିରିର ବଉଳଗଡିଆ  ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଜମିଜମା ବିବାଦକୁ କେନ୍ଦ୍ର କରି ପୁତୁରା ତାର ମାଉସୀଙ୍କୁ ପ୍ରବଳ ମାଡ ମରିଥିବା ଅଭିଯୋଗ ହୋଇଛି । ମାଉସୀଙ୍କୁ ଗୋଟିଏ ଗଛରେ ବାନ୍ଧି ଦେଇ ପୁତୁରା ମାଡ ମରୀଚି। ପୋଲିସ ଖବର ପାଇ ଗଛରେ ବନ୍ଧା ଅବସ୍ଥାରେ ଥିବା ମାଉସୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।

ଅଭିଯୁକ୍ତ ପୁତୁରାକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ତେବେ କେବଳ ପୁତୁରା ମାଡ ମାରିନାହିଁ । ମାଉସୀଙ୍କୁ ଘରଜୋଇଁ ଥିବା ଭିଣୋଇ, ଭଉଣୀଙ୍କ ସହିତ ମିଶି ପୁତୁରା ମାଡ ମରିଥିବା ଅଭିଯୋଗ ହୋଇଛି ।

Please follow and like us:
error