ଅଜଣା ଗାଡିର ଧକ୍କାରେ ଅଟୋଚାଳକର ମୃତ୍ୟୁ

STATE

ବେପରୁଆ ଗାଡି ଚାଳନା ଏବେ ବହୁ ମାତ୍ରାରେ ବଢିଯାଇଛି । ତା ସହିତ କମିଯାଇଛି ମାନବିକତା । ଦୁର୍ଭାଗ୍ୟବଶତଃ ଯଦି କାହାକୁ ଗାଡି ମଡାଇ ଦିଆଯାଇଛି , ତେବେ ସେଥିପାଇଁ ଅନୁଶୋଚନା ନାହିଁ । ଗାଡି ଅଟକାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବ୍ୟକ୍ତିଟି ମୃତ୍ୟୁ ମୁଖରେ ପଡିଛି କି ବଞ୍ଚିଛି ଦେଖିବାର ନାହିଁ । କେମିତି ଧରା ନପଡିବେ ଆଉ ସହଜରେ ଖସିଯିବେ, ସେହି ଲକ୍ଷ୍ୟ ରହୁଛି । ତାହାର ସଦ୍ୟତମ ଉଦାହରଣ ହେଉଛି ବଲାଙ୍ଗିରରେ ଘଟିଥିବା ଦୁର୍ଘଟଣା ।

ବଲାଙ୍ଗିରରେ ଜନୈକ ଅଟୋ ଉପରେ ଏକ ଅଜଣା ଗାଡି ମାଡିଗଲା । ଗାଡି ମାଡିଯିବା ପରେ ପରେ ଅଜଣା ଗାଡିଟି ସ୍ଥାନ ପରିତ୍ୟାଗ କରି ଚାଲିଯାଇଛି । ହେଲେ ଅଟୋ ଉପରେ ମାଡିଯିବାରୁ ଅଟୋ ଚାଳକ ମୃତ୍ୟୁ ବରଣ କରିଛି । କ୍ଷତିପୂରଣ ଦାବି ସହ ବାଇପାସ ନିର୍ମାଣ ଦାବି କରି ଅଟୋ ଚାଳକ ସଂଘ ବଲାଙ୍ଗିର-ସୋନପୁର ରାସ୍ତା ପୁଇଁତଳା ଛକରେ ରାସ୍ତାରୋକ କରିଛି । ବଲାଙ୍ଗିର ସହରରେ ସମସ୍ତ ଅଟୋ ଚଳାଚଳ ବନ୍ଦ ରହିଛି । ଫଳରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ।

Please follow and like us:
error