ଓଡିଶାବାସୀଙ୍କୁ ସାବଧାନ କଲେ ବାଗଚୀ, ଲକ ଡାଉନ ନ ମାନିଲେ ନିଆଁ ଲାଗିଯିବା ପରିସ୍ଥିତି ସୃଷ୍ଟି ହେବ

STATE

ଓଡିଶାରେ କରୋନା ଆକ୍ରାନ୍ତ ସ୍ଥିତି ନେଇ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇ କହିଛନ୍ତି ଯେ ଏଯାବତ ୪୭୩ଟି ସାମ୍ପଲ ଟେଷ୍ଟ ହୋଇଛି, ପଜିଟିଭ ପୂର୍ବର ସେହି ୩ରେ ସୀମିତ ରହିଛି । ମୋଟ ୫୭ ଜଣ କରୋନା ସନ୍ଦିଗ୍ଧ ଏବେ ଆଇସୋଲେସନରେ ଅଛନ୍ତି । ଏହା ସହିତ କରୋନା ସଂକ୍ରମଣ ନେଇ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ ବାଗଚୀ । ତା ସହିତ ଲକ ଡାଉନ ନ ମାନିଲେ କି ଭୟଙ୍କର ପରିସ୍ଥିତି ହେବ, ସେନେଇ ସତର୍କ କରାଇଦେଇଥିଲେ ।

ଚୀନରେ ସଂକ୍ରମଣ କମିବା ଓ ଇଟାଲୀ, ୟୁଏସରେ ବଢିବା ନେଇ ମତ ଦେଇଥିଲେ କି ଲକଡାଉନକୁ କଡାକଡି ମାନିବାରୁ ଚୀନରେ ସଂକ୍ରମଣ କମି ଆସିଛି । ଲକ ଡାଉନରେ ଢିଲା ପାଇଁ ଏବେ ଇଟାଲୀ, ଆମେରିକାରେ ବିସ୍ଫୋରକ ସ୍ଥିତି । ଚୀନ ପରି ଲକ ଡାଉନ ନ ମଣିବାରୁ ଆଜି ଇଟାଲୀ ଓ ଆମେରିକା ବେଶୀ ପ୍ରଭାବିତ । ଓଡିଶାରେ ସେହି ୩ ପଜିଟିଭ ରହିଛି, ନିୟମ ନ ମାନିଲେ ନିଆଁ ଲାଗିଯିବ । ଚାଳଘରେ ନିଆଁ ବ୍ୟାପିବା ଭଳି ୩ଟି ପଜିଟିଭ ୩ ଶହ କିମ୍ବା ୩ହଜାର ବି ହୋଇଯିବ । କାରଣ ଏହଳ ଓଡିଶାର ଅନେକ ଛୋଟ ସହରରେ ଜନସଂଖ୍ୟାର ଘନତ୍ଵ ବହୁତ ବେଶୀ । ଲକ ଡାଉନ ନ ମାନିଲେ, ସତର୍କ ନହେଲେ ନିଆଁ ଲାଗିବା ଭଳି ବ୍ୟାପିଯିବ ।

Please follow and like us: