odisha infocus

୧୯୭୧ରେ ସହିଦ ଭାରତୀୟ ଯବାନଙ୍କ ସ୍ମୃତିସ୍ତମ୍ଭ ନିର୍ମାଣ କରିବ ବାଂଲାଦେଶ

INTERNATIONAL

କୋଲକାତା : ବାଂଲାଦେଶ ଲିବେରେସନ ଯୁଦ୍ଧ ୧୯୭୧ରେ ସହିଦ ଭାରତୀୟ ଯବାନଙ୍କ ପରବାରକୁ ସମ୍ମାନିତ କରିବା ପରେ ବାଂଲାଦେଶ ସରକାର ଚିତାଗଙ୍ଗସ୍ଥିତ ଭରାମାନବରିଆ ଠାରେ ସହିଦ ମାନଙ୍କ ପାଇଁ ସ୍ମୁତିସ୍ତମ୍ଭ ନିର୍ମାଣ କରୁଛି । ଏହି ସ୍ମୁତିସ୍ତମ୍ଭ ଜାତୀୟ ସ୍ମାରକୀ ଭାବରେ ଜଣାଯିବ । କୋଲକାତାର ଆର୍ମି ଇଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟ କାର୍ୟ୍ୟାଳୟ ଠାରେ ରବିବାର ୪୭ତମ ବିଜୟ ଦିବସ ଅବସରରେ ବାଂଲାଦେଶ ଲିବେରେସନ ଯୁଦ୍ଧ ମାମଲା ମନ୍ତ୍ରୀ ଏକେଏମ ମୁଜାମେଲ ହକ ଏହି ସୂଚନା ଦେଇଛନ୍ତି । ଆମେ ଆଗମୀ ମେ-ଜୁନ ମାସରେ ଚିତାଗଙ୍ଗସ୍ଥିତ ଭରାମାନବରିଆ ଠାରେ ସହିଦ ମାନଙ୍କ ପାଇଁ ସ୍ମୁତିସ୍ତମ୍ଭ ନିର୍ମାଣ କରିବାକୁ ଯାଉଛୁ । ଏହି ସ୍ମାରକ ପୀଠ ଭାରତୀୟ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ନିର୍ମାଣ ହେବ । ଏଥି ପାଇଁ କିଛି ମାସ ମଧ୍ୟରେ ଏକ ସ୍ୱତନ୍ତ୍ର ଶିଳାନ୍ୟାସ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ।

“ଆମର ପ୍ରଧାନମନ୍ତ୍ରୀ ଶେଖ ହାସିନା ସ୍ମୁତିସ୍ତମ୍ଭ ପାଇଁ ଶିଳାନ୍ୟାସ କରିବେ” ବୋଲି ହକ କହିଛନ୍ତି । କାର୍ୟ୍ୟକ୍ରମ ପାଇଁ ଯଦିଓ ଆମେ ଅତିଥିମାନଙ୍କ ତାଲିକା ପ୍ରସ୍ତୁତ କରିଛୁ, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅତିଥି ଭାବରେ ପାଇ ଅଧିକ ଖୁସି ଅନୁଭବ କରିବୁ । ଅନ୍ୟପକ୍ଷରେ ବାଂଲାଦେଶୀ ସାଂସଦ କ୍ୱାୱାଜୀ ରୋଜୀ କହିଛନ୍ତି, ଭାରତୀୟ ଯବାନଙ୍କ ଉଦ୍ଦେଶ୍ୟରେ ପ୍ରସ୍ତାବିତ ଯୁଦ୍ଧ ସ୍ମାରକୀ ଭାରତ ସହିତ ଭବିଷ୍ୟତ ବୁଝାମଣାରେ ସହାୟତା ହେବ ।

ସୀମା ବିବାଦ ନେଇ ଆମେ ଶାନ୍ତିପୂର୍ଣ୍ଣ ବୁଝାମଣା ଚାହୁଁଛୁ । ଆମେ ରେଳ ଓ ରାସ୍ତା ନିର୍ମାଣ କରିବୁ । ଯେଉଁମାନେ ଦେଶପାଇଁ ଜୀବନ ଦେଇଛନ୍ତି, ସେହି ସହିଦ ଯବାନଙ୍କୁ ଆମେ ସମ୍ମାନ ଜଣାଉଛୁ । ବୁଝାମଣା ମାଧ୍ୟମରେ ଉଭୟ ଦେଶର ଉନ୍ନତି ହେବ ବୋଲି ସାଂସଦ ରୋଜୀ କହିଛନ୍ତି । ବାଂଲାଦେଶ ଦ୍ୱାରା ଆୟୋଜିତ କାର୍ୟ୍ୟକ୍ରମରେ ୧୨ ଭାରତୀୟ ସହିଦ ଯବାନଙ୍କ ପରିବାର ଉପସ୍ଥିତ ଥିଲେ ।

Please follow and like us:
error