ମଦୁଆ ଡ୍ରାଇଭର ସାବଧାନ, ଗିରଫ ହୋଇ ହାଜତକୁ ଯିବେ

STATE

ମଦୁଆ ଡ୍ରାଇଭର ଏବେ ସାବଧାନ ହୋଇଯାନ୍ତୁ । ନହେଲେ ଗିରଫ ହୋଇ ହାଜତକୁ ଯିବେ । ଆଉ ଖସିଯିବାର ବାଟ ନାହିଁ । କାରଣ ମଦ ପିଇ ଗାଡି ଚଳାଇବାବେଳେ ବହୁତ ଦୁର୍ଘଟଣା ଘଟୁଥିବାର ଜଣାପଡିଛି । ତେଣୁ ମଦୁଆ ଡ୍ରାଇଭରଙ୍କ ନିମନ୍ତେ ଶକ୍ତ ହୋଇଛନ୍ତି ଚେକିଙ୍ଗ ଷ୍ଟାଫ । ଗତ ୬ ତାରିଖରୁ ରାଜ୍ୟର ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ୧୪ଟି ଟୋଲଗେଟରେ ପୋଲିସ ପକ୍ଷରୁ ଚେକିଙ୍ଗ କରାଯାଉଛି ।

loading...

ଗତକାଲି ପ୍ରଥମ ଦିନରେ ବିଭିନ୍ନ ଟୋଲଗେଟରୁ ଗିରଫ ହୋଇଛନ୍ତି ୩୮ ଜଣ ଡ୍ରାଇଭର । ମଦ ପିଇ ଗାଡି ଚଳଉଥିବା ଅଭିଯୋଗରେ ପୋଲିସ ସେମାନଙ୍କୁ ଗିରଫ କରିଛି । ସୁନ୍ଦରଗଡରେ ୧୧, ସମ୍ବଲପୁରରେ ୩, କେନ୍ଦୁଝରରେ ୫, ଯାଜପୁରରେ ୩, ବରଗଡରେ ୩, କଟକରେ ୪, ଗଞ୍ଜାମରେ ୩, ଖୋର୍ଦ୍ଧାରେ ୩ ଓ ବାଲେଶ୍ଵରରେ ୩ ମଦୁଆ ଡ୍ରାଇଭର ଗିରଫ ହୋଇଛନ୍ତି ।

Please follow and like us:
error
loading...