ରୋଡ ରୋମିଓ ସାବଧାନ, ପ୍ରସ୍ତୁତ ଥାଆନ୍ତୁ ମାଡ ଖାଇବାକୁ

STATE

ରୋଡ ରୋମିଓମାନେ ଆଜହୁଁ ବେଳ ଥାଉ ଥାଉ ସାବଧାନ ହୋଇଯାଆନ୍ତୁ । ନେହେଲେ ମାଡ ବୋଲି ଗୋଟିଏ ତଳେ ପଡିବନି । ରୋମିଓ ପଣିଆ ଏକାଥରକେ ଛାଡିଯିବ । ଆଉ ଅବଳାଙ୍କୁ ଦୁର୍ବଳ ଭାବି କମେଣ୍ଟ ମାରନ୍ତୁ ନାହିଁ କି ଅସଦାଚରଣ କରନ୍ତୁ ନାହିଁ । ଭାରି ମହଙ୍ଗା ପଡିବ । ସଦ୍ୟ ଘଟିଥିବା ଏକ ଘଟଣାରୁ ଆପଣମାନେ ଜାଣିଯିବେ କିପରି ଜଣେ ଯୁବତୀଙ୍କୁ କମେଣ୍ଟ ମାରିବା ସହିତ ତାଙ୍କୁ ପିଛା କରି କି ପ୍ରକାର ହଟହଟା ହୋଇଛନ୍ତି ।

loading...

ଭୁବନେଶ୍ଵରରେ ଜଣେ ଯୁବତୀ ସାହସର ସହିତ ୨ଜଣ ରୋଡ ରୋମିଓଙ୍କୁ ସାମ୍ନା କରିଛନ୍ତି । ଜଣେ ଯୁବତୀ ସ୍କୁଟିରେ ଯାଉଥିବାବେଳେ ୨ ଜଣ ରୋଡ ରୋମିଓ ରସୁଲଗଡ ଜିଜିପି କଲୋନୀ ରାସ୍ତାରେ ତାଙ୍କୁ କମେଣ୍ଟ ମାରିବା ସହିତ ପିଛା କରୁଥିଲେ । ହଠାତ ବୁଲି ପଡି ଯୁବତୀ ଜଣକ ବିଚ ରାସ୍ତା ଉପରେ ସେ ରୋଡ ରୋମିଓଙ୍କୁ ଧରି ପକାଇଥିଲେ । ସ୍ଥାନୀୟ ଲୋକେ ଘେରି ଯିବାପରେ ଯୁବତୀଜଣଙ୍କ ସମ୍ପୃକ୍ତ ରୋମିଓଙ୍କୁ ନିର୍ଘାତ ଛେଚି କାନ ଧରି ବସ ଉଠ କରାଇଛନ୍ତି । ସୋସିଆଲ ମିଡିଆରେ ୨ ରୋଡ ରୋମିଓଙ୍କ ଫଟୋ ଭାଇରାଲ ହୋଇଛି ।

Please follow and like us:
error
loading...