ଭ୍ରଷ୍ଟାଚାରରେ ଶଳା ସହ ଭିଣେଇ ମଧ୍ୟ ସାମିଲ : ସ୍ମୃତି ଇରାନୀ

NATIONAL

ନୂଆଦିଲ୍ଲୀ : ବିଜେପି ନେତା ସ୍ମୁତି ଇରାନୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ତାଙ୍କର ଭିଣୋଇ ରବର୍ଟ ଭଦ୍ରାଙ୍କ ଉପରେ ପୁଣି ଥରେ ଭ୍ରଷ୍ଟାଚାର ଅଭିଯୋଗ କରି ହମଲା କରିଛନ୍ତି। ବିଜେପି ନେତା କହିଛନ୍ତି ଯେ, ବେନାମୀ ସଂପତ୍ତି ମାମଲାରେ ଯେଉଁ ଦସ୍ତାବିଜ ସାମ୍ନାକୁ ଆସିଛି, ସେଥିରୁ ଜଣା ପଡିଛି ଯେ, ଭ୍ରଷ୍ଟାଚାରରେ ଭିଣୋଇ ସହିତ ଏବେ ଶଳା ମଧ୍ୟ ସାମିଲ ହୋଇଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ୭୦ ବର୍ଷରେ ଦେଶକୁ ସଂସ୍ଥାଗତ ଭ୍ରଷ୍ଟାଚାର କଂଗ୍ରସର ଦାନ। ମାତ୍ର ଗତ ୨୪ ଘଣ୍ଟାରେ ସମାଚାର ମାଧ୍ୟମରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଦର୍ଶାଉଛି ଯେ, କେମିତି ଗାନ୍ଧୀ-ଭଦ୍ରା ପରିବାର ପାରିବାରିକ ଭ୍ରଷ୍ଟାଚାରକୁ ପରିଭାଷିତ କରିଛନ୍ତି।

Please follow and like us: