ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଲା ସେରୋ ସର୍ଭିଲାନ୍ସ ସର୍ଭେ

STATE

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ସେରୋ ସର୍ଭିଲାନ୍ସ ସର୍ଭେ । ରାଜଧାନୀର ବିଭିନ୍ନ ୱାର୍ଡ଼ରେ ବୁଲିବୁଲି ଲ୍ୟାବ ଅଧିକାରୀ ନମୁନା ସଂଗ୍ରହ କରୁଛନ୍ତି । ତେବେ ପ୍ରଥମ ପର୍ୟ୍ୟାୟରେ ୨୫୦୦ ଲୋକଙ୍କ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ପୁଣି ଆଉ ୪ ସପ୍ତାହ ପରେ ଆଉ ୨୫୦୦ ଲୋକଙ୍କ ଟେଷ୍ଟ କରାଯିବ । ଏବେ ୫ଟି କ୍ଲଷ୍ଟରରେ ସେରୋ ସର୍ଭିଲାନ୍ସ ସର୍ଭେ ଆରମ୍ଭ ହୋଇଛି ।

ଯେଉଁମାନେ ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି ସେମାନଙ୍କଠାରୁ କରାଯିବ ସେରୋ ସର୍ଭେଲାନ୍ସ । ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଲୋକେ , ସାମ୍ବାଦିକ, ସ୍ୱାସ୍ଥ୍ୟ କର୍ମୀ , ସୁରକ୍ଷା କର୍ମୀ , ଦୋକାନୀ , ଡ୍ରାଇଭର , ବିମାନବନ୍ଦର କର୍ମଚାରୀ , ବସ୍ତି ଅଞ୍ଚଳ ଓ କଣ୍ଟେନମେଣ୍ଟ ଜୋନରୁ ପ୍ରାଥମିକ ପର୍ୟ୍ୟାୟରେ ନମୁନା ସଂଗ୍ରହ ହେବ । ଏଥିପାଇଁ ୨୫ଟି ୱାର୍ଡ଼କୁ ଚିହ୍ନଟ କରାଯାଇଛି ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Please follow and like us: