ଆମ ଆଦମୀ ପାର୍ଟିକୁ ଜୋର ସେ ଝଟକା

NATIONAL POLITICS

            ଏଏପିର (aam aadmi party) ୨୦ ଜଣ ବିଧାୟକ ଏବେ ସେମାନଙ୍କର ବିଧାନସଭା ସଦସ୍ୟ ପଦ ହରାଇବେ । ଶୁକ୍ରବାର ଦିନ ଲାଭଜନକ ପଦବୀ ମାମଲାରେ ୨୦ଜଣ ଏଏପି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସୁପାରିସ କରିଛନ୍ତି । ଯଦିଓ ଏନେଇ ନିର୍ବାଚ କମିଶନ ପକ୍ଷରୁ ଘୋଷଣା କରାଯାଇନାହିଁ ତେବେ ୨୦ବିଧାୟକକ ସଦସ୍ଯତା ରଦ୍ଦ ହେବା ନିଶ୍ଚିତ । ଅଯୋଗ୍ୟ ଘୋଷିତ ହେବାପରେ ତାଙ୍କର ସମ୍ପୃକ୍ତ ନିର୍ବାଚନ ମଣ୍ଡଳିଗୁଡିକରେ ୬ମାସ ମଧ୍ୟରେ ଉପନିର୍ବାଚନ କରାଯିବ । ନିର୍ବାଚଙ୍କ କମିଶନଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ଏଏପି (AAP) ବିଧାୟକମାନେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଇଥିଲେ । ହେଲେ ତତ୍କାଳ ଶୁଣାଣି କରି ହାଇକୋର୍ଟ ଅନ୍ତରୀଣ ରାୟ ଦେବାକୁ ମନାକରିଦେଇଛନ୍ତି ।

            ସମୁଦାୟ ୨୧ ଜଣ ଏଏପି ବିଧାୟକ ୧୩ ମାର୍ଚ୍ଚ ୨୦୧୫ରୁ ୮ସେପ୍ଟେମ୍ବର ୨୦୧୬ ଯାଏଁ ମନ୍ତ୍ରୀମାନଙ୍କ ସଂସଦୀୟ ସଚିବ ରହିଥିଲେ । ଜନପ୍ରତିନିଧି ଆଇନ ଅନୁସାରେ ଜେନ ନିର୍ବାଚିତ ପ୍ରତିନିଧି ଅନ୍ୟ ଏକ ଲାଭଜନକ ପଦବୀରେ ରହିପାରିବେ ନାହିଁ । ତେବେ ଜଣେ ବିଧାୟକ ୬ଜାନୁଆରୀ ୨୦୧୭ରେ ଇସ୍ତଫା ଦେଇ ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ । ତେଣୁ ବାକି ୨୦ଜଣ ଏବେ ଅଯୋଗ୍ୟ ଘୋଷିତ ହେବେ ।

Please follow and like us: