ବିଷ୍ଣୁପଦ ସେଠୀ ଜଣାଇଲେ ବର୍ଷା ଓ ବନ୍ୟାରେ ୮ ମୃତ୍ୟୁବରଣ କରିଛନ୍ତି

STATE

ରାଜ୍ୟରେ ଚଳିତ ବର୍ଷ ବର୍ଷା ଓ ବନ୍ୟାରେ ୮ ଜଣ ମୃତ୍ୟୁ ବରଣ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନାର ବିଷ୍ଣୁପଦ ସେଠୀ । କିଏ ବନ୍ୟା ଜଳରେ ଭାସି ଯାଇଛନ୍ତି ତ କିଏ କାନ୍ଥ ଭୁଶୁଡି କିମ୍ବା ସାପ କାମୁଡାରେ ଜୀବନ ହରାଇଛନ୍ତି ।

ହସ୍ତଗତ ତଥ୍ୟ ଅନୁଯାୟୀ ନବରଙ୍ଗପୁରରେ ୧ ଜଣ, କଳାହାଣ୍ଡିରେ ୨ଜଣ,କୋରାପୁଟରେ ୧ ଜଣ, ମାଲକାନଗିରିରେ ୧ ଜଣ ଓ  କନ୍ଧମାଳରେ ଜଣଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ କଳାହାଣ୍ଡିରେ ଜଣେ ଓ କନ୍ଧମାଳରେ ଜଣେ ବନ୍ୟାଜଳରେ ଭାସି ନିଖୋଜ ହୋଇଛନ୍ତି ।

ଏକ ପ୍ରେସମିଟରେ ବିଷ୍ଣୁପଦ ସେଠୀ ଜଣାଇଛନ୍ତି ଯେ ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ସୋନପୁରରେ ପ୍ରବଳ ବର୍ଷା ହୋଇଛି । କଳାହାଣ୍ଡି କର୍ଲାମୁଣ୍ଡରେ ସର୍ବାଧିକ ୬୦୮ ମିମି ବର୍ଷା ରେକର୍ଡ କରାଯାଇଛି । କଳାହାଣ୍ଡିର ୪ଟି ବ୍ଲକରେ ୩୦୦ରୁ ୪୪ ମିମି ବର୍ଷା ହୋଇଛି । ତେବେ ବିଭିନ୍ନ ଜିଲ୍ଲାର ନଦୀ ଜଳସ୍ତର ବିପଦ ସଂକେତ ତଳେ ରହିଛି । କଳାହାଣ୍ଡି କାଳୀଗଙ୍ଗା ନଦୀ ଜଳସ୍ତର ବଢିବାରୁ ପଦକ୍ଷେପ ନିଆଯାଇଛି । କଳାହାଣ୍ଡି ସାରଗଡ ଗାଁରୁ ୧୫୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଡିଜିପଡା ଓ ଦେଉଳିପଡାରୁ ୬୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । କନ୍ଧମାଳ ଏନଏଚ-୫୯ର ଧୋଇଯାଇଥିବା ଅସ୍ଥାୟୀ ପୋଲ ପୁନଃନିର୍ମିତ କରାଯାଇଛି । ତୁମୁଡିବନ୍ଧଠାରେ ଭାସିଯାଇଥିବା ଅସ୍ଥାୟୀ କଲଭର୍ଟ ତିଆରି ଚାଲିଛି । ସ୍ଥିତି ମୁକାବିଲା ପାଇଁ ଅଗ୍ନିଶମ ଓ ଓଡ୍ରାଫ ଟିମ ମୁତୟନ କରାଯାଇଛି । ରିଲିଫ କେନ୍ଦ୍ର ତଦାରଖ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Please follow and like us:
error