ବିଶ୍ଵଭୂଷଣ ହରିଚନ୍ଦନ ହେଲେ ଆନ୍ଧ୍ର ରାଜ୍ୟପାଳ

STATE

ବରିଷ୍ଠ ବିଜେପି ନେତା ବିଶ୍ଵଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ରୂପେ ନିଯୁକ୍ତି ଦିଆଯାଇଛି । ତାଙ୍କୁ ଏହି ନିଯୁକ୍ତି ଭାରତର ରାଷ୍ଟ୍ରପତି ରମାନାଥ କୋବିନ୍ଦ ଦେଇଛନ୍ତି । ବିଧାନସଭାକୁ ଶ୍ରୀଯୁକ୍ତ ହରିଚନ୍ଦନ ୫ ଥର ନିର୍ବାଚିତ ହୋଇଛନ୍ତି । ୨ଥର ଜନତା ଦଳ ଓ ୩ ଥର ବିଜେପି ଟିକେଟରୁ ସେ ନିର୍ବାଚିତ ହୋଇଛନ୍ତି ।

ବିଶ୍ଵଭୂଷଣ ହରିଚନ୍ଦନ ତାଙ୍କର ଏହି ନିଯୁକ୍ତିରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଆନ୍ଧ୍ର ରାଜ୍ୟପାଳ ଭାବେ ନିଯୁକ୍ତି ପାଇ ଖୁସି ଅନୁଭବ କରୁଛି । ଆନ୍ଧ୍ର-ଓଡିଶା ମଧ୍ୟରେ ସୁସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ଵ ଦେବି । ପ୍ରଧାନମନ୍ତ୍ରୀ ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଉଛି ।’ ସେ ପ୍ରକାଶ କରିଥିଲେ ଯେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ମୋଦି ବେଶି ଗୁରୁତ୍ଵ ଦେବା ପ୍ରଶଂସନୀୟ ।

Please follow and like us:
error