ରାଜ୍ୟସଭା ପାଇଁ ଦାଖଲ ହେଲା ପ୍ରାର୍ଥୀ ପତ୍ର, କ୍ଷତିରେ ରହିଲା ବିଜେଡ଼ି

STATE

ରାଜ୍ୟସଭାର ୩ଟି ଆସନ ପାଇଁ ଓଡିଶାରୁ ଆଜି ପ୍ରାର୍ଥୀ ପତ୍ର ଦାଖଲ କରାଯାଇଛି । ନାମାଙ୍କନ ଦାଖଲ କରିଛନ୍ତି ବିଜେଡ଼ିର ୨ ଜଣ ପ୍ରାର୍ଥୀ । ସେମାନେ ହେଲେ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର । ବିଜେପି ଦଳରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଅଶ୍ଵିନୀ ବୈଷ୍ଣବ । ତେବେ ରାଜ୍ୟସଭା ପାଇଁ ଅଶ୍ଵିନୀଙ୍କୁ ସମର୍ଥନ କରିବା ବୁଝାମଣାରେ ପୁଣି ବିଜେଡ଼ି କ୍ଷତି ସହିଛି ବୋଲି ଜଣାପଡିଛି ।

ପୂର୍ବରୁ ପ୍ରଥମେ ଅଶ୍ଵିନୀଙ୍କୁ ସମର୍ଥନ ଦେଇ ନିଜ ଦଳର ଗୋଟିଏ ପ୍ରାର୍ଥୀ ହରାଇ କ୍ଷତି ସହିଥିଲା । ଏବେ ଅଶ୍ଵିନୀଙ୍କୁ ୫ ବର୍ଷୀଆ ସିଟ ଛାଡି କ୍ଷତି ଦ୍ଵିଗୁଣିତ କରିଛି ବିଜେଡ଼ି । ୨୦୨୪ରେ ସରୁଥିବା ସୌମ୍ୟ ପଟ୍ଟନାୟକଙ୍କ ଜାଗାରେ ଗଲେ ଅଶ୍ଵିନୀ । କିନ୍ତୁ ଅଚ୍ୟୁତ ସାମନ୍ତଙ୍କ ଜାଗାରେ ୨୦୨୪ ଯାଏଁ ଅମର ପଟ୍ଟନାୟକ ଯାଇଥିବାବେଳେ ମୁଖପାତ୍ର ସସ୍ମିତ ପାତ୍ର ମାତ୍ର ୩ ବର୍ଷ ରାଜ୍ୟସଭା ପାଇଁ ଗଲେ । କାରଣ ୨୦୨୨ରେ ସରୁଥିବା ପ୍ରତାପ ଦେବଙ୍କ ଜାଗାରେ ସସ୍ମିତ ଯାଉଛନ୍ତି ।

Please follow and like us:
error