ବିଜେପୁରରେ ଷଷ୍ଠ ରାଉଣ୍ଡରେ ବହୁ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଆଗୁଆ

STATE

ବିଜେପୁର ଉପନିର୍ବାଚନର ଭୋଟ ଗଣତି ଶାନ୍ତି ଶୃଙ୍ଖଳାର ସହିତ ଆଗେଇ ଚାଲିଛି । ଏ ପର୍ଯ୍ୟନ୍ତ ହୋଇଥିବା ଷଷ୍ଠ ରାଉଣ୍ଡର ଗଣତି ପରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ବହୁ ଭୋଟ ବ୍ୟବଧାନରେ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀଙ୍କ ଠାରୁ ବହୁ ଭୋଟରେ ଆଗୁଆ ଅଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଗଣତିରେ ଷଷ୍ଠ ରାଉଣ୍ଡରେ ବିଜେଡ଼ି ୩୪,୩୦୧ ଭୋଟରେ ଆଗୁଆ ଅଛନ୍ତି । ସେ ୪୫,୩୭୫ ଭୋଟ ପାଇଥିବାବେଳେ ବିଜେପି ୧୧,୦୭୪ ଓ କଂଗ୍ରେସ ୧୫୯୧ ଭୋଟ ପାଇଛନ୍ତି । ତେଣୁ ସ୍ପଷ୍ଟ ଅନୁମାନ କରିହେଉଛି କି ରୀତା ସାହୁ ବିଜେପୁର ଆସନ ହାସଲ କରିବେ ।

Please follow and like us:
error