ବିଜେପି ଏଡାଇଗଲା କିଏ ହେବ ମୁଖ୍ୟମନ୍ତ୍ରୀ ପ୍ରଶ୍ନକୁ

STATE

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଶପଲ୍ଲରେ ଆୟୋଜିତ ନିର୍ବାଚନୀ ସଭାରେ ପ୍ରଶ୍ନ ପଚାରିଛନ୍ତି ଯେ ବିଜେପିର କିଏ ସେ ଅଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ହେବାକୁ । ହେଲେ ବିଜେପି ପକ୍ଷରୁ ଏହି ପ୍ରସଙ୍ଗରେ ଉତ୍ତର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ସାଢେ ୪ କୋଟି ଓଡିଆ ଆମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ସେ କହିଛନ୍ତି, “ସ୍ଵୟଂ ନାରାୟଣ ଯେଉଁଠି ନେତା, ସେଠି ନେତାଙ୍କ ଆବଶ୍ୟକତା ନାହିଁ ।”

ସେ ନବୀନଙ୍କୁ କଟାକ୍ଷ କରି କହିଛନ୍ତି ଯେ ତାମିଲ ଅଫିସରଙ୍କୁ ଧରି ନବୀନ ବାଉଳିଚାଉଳି ହେଉଛନ୍ତି । ଓଡିଆ ସଂସ୍କୃତି ଜାଣି ନଥିବା ମୁଖ୍ୟମନ୍ତ୍ରୀ ବାଉଳି ହେଉଛନ୍ତି । ରାଜ୍ୟରେ ବିଜେପି ସରକାର ହେବ ଦ୍ଵିତୀୟ ଇଞ୍ଜିନ ।

Please follow and like us:
error