ନବୀନ ପଟ୍ଟନାୟକ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି – ବିଜେପି

STATE

ବିଜେପି ଆଣିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବାର ସଙ୍ଗୀନ ଅଭିଯୋଗ । ବିଜେପି, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହି ଅଭିଯୋଗ କରିଛି । ଅଭିଯୋଗରେ ବିଜେପି କହିଛି ଯେ ମୁଖ୍ୟମନ୍ତ୍ରୀ ଭୋଟ ଗ୍ରହଣ ଚାଲିଥିବାବେଳେ ସଭା କରିଛନ୍ତି । ପ୍ରଥମ ପର୍ଯ୍ୟାୟ ଭୋଟ ଚାଲିଥିବାବେଳେ ୩ଟି ଜାଗାରେ ସଭା କରିଛନ୍ତି ।

ସଭା କରିଥିବା ଜାଗାଗୁଡିକ ହେଲା ବୌଦ୍ଧ, ସୋନପୁର ଓ ବାଲିଗୁଡା ବୋଲି ବିଜେପି ଦର୍ଶାଇଛି । ମୁଖ୍ୟମନ୍ତ୍ରୀଙ୍କ ସଭାକୁ କିଛି ଗଣମାଧ୍ୟମ ସିଧା ପ୍ରସାରଣ କରିଛନ୍ତି । ଆମ ପ୍ରେସମିଟକୁ ଲାଇଭ କହି ଏକ ଚ୍ୟାନେଲ ନାଁରେ ଅଭିଯୋଗ କରିଥିଲେ ବୋଲି ବିଜେପି କହିବା ସହିତ ପ୍ରଶ୍ନ ପଚାରିଛି, “ଆଜି ଲାଇଭ କରିଥିବା ଗଣମାଧ୍ୟମକୁ କାହିଁକି ନୋଟିସ କରାଯାଇନି । ଆଚରଣବିଧି ଉଲ୍ଲଂଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ନିରପେକ୍ଷତା ଅବଲମ୍ବନ କରିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦାୟିତ୍ଵ ।”

Please follow and like us: