ଜଟଣୀରେ ପଛକୁ ପଛ ୭ଟି ବୋମା ମାଡ, ଉଡିଗଲା ଜଣଙ୍କ ଘରର ଛାତ

STATE

ଆଜି ଜଟଣୀରେ ଲାଗ ଲାଗ  ଗୋଟିଏ ବା ଦୁଇଟି ନୁହେ, ୭ଟି ବୋମା ମାଡ ହୋଇଥିବା ଜଣାପଡିଛି । ବୋମା ମାଡରେ ଜଣଙ୍କ ଘରର ଆଜବେଷ୍ଟସ ଭାଙ୍ଗି ଚୁରମାର ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ମହିଳା ଓ ଅନ୍ୟଜଣଙ୍କ ପୁରୁଷ ବୋଲି ସୂଚନା ମିଳିଛି ।

ମିଳିଥିବା ତଥ୍ୟ ଅନୁଯାୟୀ ଜଟଣୀ ମୁଣ୍ଡିଆସାହିରେ ଆଜି ବୋମା ମାଡ ଘଟଣା ଘଟିଛି । ତେବେ ପୂର୍ବ ଶତ୍ରୁତାରୁ ବୋମା ମାଡ ହୋଇଛି ବୋଲି ଅନୁମାନ କରାଯାଉଛି । ଏହି ବୋମା ମାଡ ଜଣେ ଜେଲ ଫେରନ୍ତା କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା କରୁଛି ।

Please follow and like us: