ଭଉଣୀ ରାକ୍ଷୀ ପିନ୍ଧାଇ ପାରିଲାନି ଭାଇକୁ, ତା ପୂର୍ବରୁ ସର୍ପ ଦଂଶନରେ ପ୍ରାଣ ହରାଇଲେ ଦୁହେଁ

STATE

ଆଉ ମାତ୍ର ରହିଲା ମଝିରେ ଦୁଇଟି ଦିନ । ଆସନ୍ତା ଗୁରୁବାର ଦିନ ପଡୁଛି ରାକ୍ଷୀ ପୁର୍ଣିମା । ଏହି ଦିନ ଭଉଣୀ  ତା ଭାଇ ହାତରେ ପିନ୍ଧାଇ ଥାନ୍ତା ରାକ୍ଷୀ । ଭଉଣୀକୁ ସବୁ ଆପଦ ବିପଦରୁ ରକ୍ଷା ଭାଇ ଦେଇଥାନ୍ତା ପ୍ରତିଶ୍ରୁତି । ହେଲେ ଭାଗ୍ୟର କି ବିଡମ୍ବନା ଦେଖ । ରାକ୍ଷୀ ପୁର୍ଣିମାର 3 ଦିନ ପୂର୍ବରୁ ଭାଇଭଉଣୀ ଦୁହେଁ ସବୁଦିନ ପାଇଁ ଚାଲିଗଲେ ଆରପାରିକୁ ।

ଏମିତି ଏକ ସ୍ପର୍ଶକାତର ଅଘଟଣ ଘଟିଛି ସୁନ୍ଦରଗଡ ସଦର ଥାନା ଶୁବୁଲିଆ ଗାଁରେ । ଏକ ସାପର କାମୁଡାରେ ଦୁଇଜଣ କୋମଳମତି ଭାଇ ଭଉଣୀ ପ୍ରାଣ ହରାଇଛନ୍ତି । ଭାଇର ବୟସ ମାତ୍ର ୮ ବର୍ଷ ହୋଇଥିବାବେଳେ ଭଉଣୀକୁ ୧୩ ବର୍ଷ । ରାତିରେ ଘରେ ଶୋଇଥିବାବେଳେ ବିଷକ୍ତ ସାପ ଦୁହିଙ୍କୁ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ଦୁହିଙ୍କୁ ଆଇଜିଏଚ ନେବା ବାଟରେ ଦୁହେଁ ବାଟରେ ପ୍ରାଣ ହରାଇଥିଲେ ।

Please follow and like us:
error