ଜଳେଶ୍ଵରରେ ଧଳା ଜହର ଜବତ

CRIME

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅବକାରୀ ବିଭାଗ ପକ୍ଷରୁ ଏସପି ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ଵର ଓଆଇସି ହରପ୍ରସାଦ ରଣା ସଦଳବଳେ ଝାଡେଶ୍ବରପୁର ବସ୍ତି ଅଞ୍ଚଳରେ ଚଢ଼ାଉ କରି ୨୩ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି। ଏହା ସହିତ ଜଣେ ପଶ୍ଚିମ ବଙ୍ଗ ବେପାରୀକୁ ଗିରଫ କରିଛି ।

ଗିରଫ ଜଣକ ହେଲେ ଅନୀଲ ଖଟିକ। ତାଙ୍କ ଘର ପଶ୍ଚିମବଙ୍ଗ ଖଡ଼ଗପୁରର ଗୋଲବଜାର ଅଞ୍ଚଳର ବୋଲି ଜଣାପଡିଛି। ଜବତ ୨୩ ଗ୍ରାମ୍ ବ୍ରାଉନସୁଗାରର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ତେବେ ଅଳ୍ପ ପରିଶ୍ରମରେ ଶୀଘ୍ର ଧନୀ ହେବାକୁ ଅନେକ ଅସାଧୁ ଉପାୟ ଅବଲମ୍ବନ କରି ସମାଜରେ ଲୋକଙ୍କୁ ତଥା ଯୁବଗୋଷ୍ଠୀକୁ ପଥ ବିଭ୍ରାନ୍ତ ହେବାକୁ ଚେଷ୍ଟା କରୁଛନ୍ତି । ଏଭଳି ଅପରାଧୀଙ୍କ ସାମ୍ରାଜ୍ୟ ଭାଙ୍ଗି ଏମାନଙ୍କ ସ୍ଵପ୍ନ ଚୁରମାର କରିବାର ଆବଶ୍ୟକତା ରହିଛି।

Please follow and like us:
error