ପୁଣି ଜବତ ହେଲା ବ୍ରାଉନ ସୁଗାର ଓ ଟଙ୍କା

CRIME

ବର୍ତ୍ତମାନ ଭୁବନେଶ୍ଵର ଓ ଖୋର୍ଦ୍ଧାରେ ଚାଲିଛି ବ୍ୟାପକ ଭାବେ ବ୍ରାଉନ ସୁଗାର କାରବାର । ପୋଲିସ ସହ ଲୁଚକାଳି ଖେଳି ଚୋରାବେପାରୀମାନେ ତାଙ୍କର ଧନ୍ଦା ଚଳାଇ ରଖିଛନ୍ତି । ହେଲେ ପୋଲିସ ଅନୁସନ୍ଧାନ ଚାଲୁରଖିଛି । ଆଜି ଖୋର୍ଦ୍ଧାର ବାଲିଛକ ମୁଣ୍ଡିଆସାହିରେ ଅଚାନକ ଜଟଣୀ ପୋଲିସ କୌଣସି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢାଉ କରିଥିଲେ ।

loading...

ଚଢାଉ ବେଳେ ଜଟଣୀ ପୋଲିସ ୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ୨ ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି । ଏହା ସହିତ ଗୋଟିଏ ବନ୍ଧୁକ ଓ ଗୋଟିଏ ଗୁଳି ମଧ୍ୟ ଜବତ କରିଛି । ଏହି ଘଟଣାରେ ପୋଲିସ ଘଟଣାସ୍ଥଳରୁ ୨ ଜଣ ଦୁର୍ବୃତ୍ତଙ୍କୁ ମଧ୍ୟ ଗିରଫ କରିଛି ।

Please follow and like us:
error
loading...