ବଜେଟ୍ ଅଧିବେଶନ ଆରମ୍ଭ, ଅଭିଭାଷଣ ରଖିଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

STATE

ଭୁବନେଶ୍ୱର : ଅଧିବେଶନ ଆରମ୍ଭରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଅଭିଭାଷଣ ଆରମ୍ଭରୁ ସହିଦ ଓ ଦିବଙ୍ଗତ ନେତା ବିୟୋଗରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟପାଳ । ତା ପରେ ଅଭିଭାଷଣରେ ସେ କହିଛନ୍ତି, ୫ଟି ଜରିଆରେ ଶାସନକୁ ଅଧିକ କ୍ରିୟାଶୀଳ କରାଯାଇଛି । ରାଜ୍ୟକୁ ନୂଆ ସୋପାନକୁ ନେବାକୁ ସରକାର କାମ କରୁଛନ୍ତି । ମୋ ସରକାରକୁ କାର୍ୟ୍ୟକ୍ରମ ଲୋକଙ୍କ ସୁବିଧା ପାଇଁ କରାଯାଇଛି କହି ପ୍ରଶଂସା କଲେ ରାଜ୍ୟପାଳ । ଏହା ଦ୍ୱାରା ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରଭଳି ଦିଗ ଗୁଡ଼ିକରେ ଅଧିକ ପ୍ରଗତି ହୋଇପାରିଛି । ଆଗାମୀ ବର୍ଷରେ ୫୦ ଲକ୍ଷ ଖୁଦ୍ର ଓ ନାମମାତ୍ର ଚାଷୀ ପରିବାର ସହ ୨୫ ଲକ୍ଷ ଭୂମିହୀନ କୃଷକ ପରିବାରଙ୍କୁ କାଳିଆ ଯୋଜନାରେ ସହାୟତା ଯୋଗାଇବା ପାଇଁ ଲକ୍ଷଧାର୍ୟ୍ୟ କରାଯାଇଛି । ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ବହୁ ଯୋଜନା କରାଯାଇଛି । ଚାଷୀଙ୍କ ପାଇଁ କାଳିଆ ଓ ପିଲାଙ୍କ ପାଇଁ କାଳିଆ ଛାତ୍ରବୃତ୍ତି ହୋଇଛି । କୃଷି କ୍ଷେତ୍ରରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ କୃଷି ଶିଳ୍ପ ଯୋଜନା ହୋଇଛି । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ଭିତ୍ତିଭୂମି ବିକାଶ ପାଇଁ ଉନ୍ନତିକରଣ କାମ କରାଯାଇଛି । ନିକଟରେ ହୋଇଥିବା ଶ୍ରୀମନ୍ଦିରର ବିଭିନ୍ନ ସୌନ୍ଦର୍ୟ୍ୟକରଣ କାର୍ୟ୍ୟରୁ ଏହାର ଝଲକ ଦେଖିବାକୁ ମିଳିଛି । ଅନ୍ୟପଟେ ରାଜ୍ୟରେ ଦାରିଦ୍ର୍ୟ ଦୂର କରିବାକୁ ପଦକ୍ଷେପ ନିଆଯାଇଛି । ଉଠା ଜଳସେଚନ ଜରିଆରେ ଚାଷୀଙ୍କୁ ଜଳଯୋଗାଣ ଦିଗକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଡିସେମ୍ବର ୨୦୧୯ ସୁଦ୍ଧା ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ୪୦୭୨ କୋଟି ଟଙ୍କା ବ୍ୟୟରେ ପ୍ରାୟ ୨ ଲକ୍ଷ ଗୃହ ନିର୍ମାଣ କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇଛି ।

୨୦୧୮-୧୯ରେ ରେକର୍ଡ ପରିମାଣର ଖରିପ ଧାନ ସଂଗ୍ରହ ହୋଇଛି । ୧୦ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟରେ ୧୧,୪୬୪ କୋଟି ଟଙ୍କା ଜମା ହୋଇଛି । ୨୦୨୦ -୨୧ ବର୍ଷରେ ପ୍ରାୟ ୧:୮୪ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳ ସେଚନ ସୁବିଧା ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଜଳଉତ୍ସ ଓ ପାଇପ୍ ଜଳ ଯୋଗାଣ ପ୍ରକଳ୍ପରେ ବିଶୁଦ୍ଧ ଜଳ ମିଳୁଛି । ୫ ବର୍ଷରେ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଶେଷ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଓଡ଼ିଶା ସମ୍ୱନିତ ଜଳ ସେଚନ ପ୍ରକଳ୍ପ ଜରିଆରେ ପ୍ରାୟ ୨୦୦ ଟି କ୍ଷୁଦ୍ର ଜଳ ସେଚନ ଭଣ୍ଡାରର ଉନ୍ନତି କରଣ କାର୍ୟ୍ୟ ହାତକୁ ନେବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହା ବ୍ୟତୀତ ପ୍ରାୟ ୧୨୦୦ଟି ଅଚଳ ଉଠା ଜଳସେଚନ ପ୍ରକଳ୍ପକୁ କାର୍ୟ୍ୟକ୍ଷମ କରାଯିବା ସହ କମାଣ୍ଡ ଏରିଆ ଅନ୍ତର୍ଗତ ବୃହତ ଓ ମଧ୍ୟମ ଜଳ ସେଚନ ପ୍ରକଳ୍ପ ଗୁଡିକରେ ୦.୭୭ ଲକ୍ଷ ହେକ୍ଟର ସେଚଞ୍ଚଳରେ କ୍ଷେତ୍ରନଳି ନିର୍ମାଣ କରିବାକୁ ସରକାରଙ୍କ ଯୋଜନା ରହିିଛି ।

Please follow and like us:
error