ଓଲଟିଲା ବରଯାତ୍ରୀ ବସ୍‍ ; ୨୧ ଆହତ

STATE

ନବରଙ୍ଗପୁର : ଆଜି ଏକ ବରଯାତ୍ରୀ ଗାଡ଼ି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଏହି ଘଟଣାରେ ଚାଳକ ଗୁରୁତର ହୋଇଥିବା ବେଳେ ୨୦ଜଣ ଆହତ ହୋଇଥିବା ଜଣାପଡ଼ିଛି ।

ଛତିଶଗଡ଼ ଦେଓବୁକରୁ ରାଇଘର ହଳଦୀ ଗାଁ ଆସୁଥିବା ବେଳେ ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଝରିଗାଁ ବ୍ଲକ ହାତୀବାଡ଼ିଠାରେ ଗଛରେ ପିଟିହେବା ଫଳରେ ଏହି ଅଘଟଣଟି ଘଟିଥିଲା । ଏହି ଘଟଣାରେ ଚାଳକ ଗୁରୁତର ହୋଇପଡ଼ିଥିଲେ ଏବଂ ୨୦ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଝରିଗାଁ ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଯାଇଛି।

ଭଞ୍ଜନଗରର ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଜରିପଲ୍ଲୀ ଅଞ୍ଚଳରେ ଏକ ପିକଅପ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା ଲାଗିବାରୁ ୨ ଜଣ ମୃତ୍ୟୁ ବରଣ କରିଛନ୍ତି । ମୃତକ ଜଣେ ହେଲେ ତାରାସିଂ ଥାନା ଅଞ୍ଚଳର ।

ସେହିପରି ବଲାଙ୍ଗିର-ସୋନପୁର ରାସ୍ତା ସୁଦପଡା ଛକରେ ଗୋଟିଏ ଟ୍ରକକୁ ୨ଟି ଟ୍ରକ ଧକ୍କା ଦେବା ଫଳରେ ୨ ଜଣ ମୃତ୍ୟୁ ବରଣ କରିଥିବାବେଳେ ନୟାଗଡ ଦଶପଲ୍ଲା ସରିଗଣ୍ଡା ଛକରେ ଗୋଟିଏ ବସ ସହ ବାଇକ ମୁହାଁମୁହିଁ ହୋଇ ୨ ଜଣ ପ୍ରାଣତ୍ୟାଗ କରିଛନ୍ତି । ବସଟି ବୌଦ୍ଧରୁ ଭୁବନେଶ୍ଵର ଆସୁଥିଲା ବୋଲି ସୂଚନା ମିଳିଛି ।

Please follow and like us: