odisha infocus

ବଢିଲା ବସ ଭଡା

STATE

ଆଜି ହଠାତ ବସ ଭଡାରେ ବୃଦ୍ଧି ଘଟିଛି । ତେଲ ଦର ବଢିଥିବାରୁ ବସ ବଢିଛି ବୋଲି କୁହାଯାଉଛି । ରଥଯାତ୍ରା ସମୟରେ ଏହି ବୃଦ୍ଧି ଘଟିଥିବାରୁ ଯାତ୍ରୀମାନେ ଆର୍ଥିକ ଚାପରେ ରହିବେ । କାରଣ ପୁରୀକୁ ଏହି ସମୟରେ ପ୍ରବଳ ଯାତ୍ରୀ ସମାଗମ ହୋଇଥାଏ । ଲକ୍ଷ ଲକ୍ଷ ଯାତ୍ରୀ ଆସିଥାନ୍ତି ଓ ଅନେକ ପୂର୍ବରୁ ଆସି ରହିଛନ୍ତି ।

ଅର୍ଡିନାରୀ ଓ ଏକ୍ସପ୍ରେସ ବସରେ କିଲୋମିଟର ପିଛା ୧ ପଇସା ବୃଦ୍ଧି ଘଟିଛି । ଡିଲକ୍ସ ଓ ଏସି ଡିଲକ୍ସ କିଲୋମିଟର ପ୍ରତି ୨ ପଇସା ବଢିଯାଇଛି । ସାଧାରଣ ବସ ଭଡା ୬୮ ପଇସାରୁ ୬୯ ପଇସାକୁ ବୃଦ୍ଧି ଘଟିଛି । ଏକ୍ସପ୍ରେସ ବସ ଭଡା ୭୧ରୁ ୭୨ ପଇସାକୁ ବୃଦ୍ଧି ଘଟିଛି । ସେହିଭଳି ଡିଲକ୍ସ ବସ ଭଡା ୯୭ ପଇସାରୁ ୯୯ ପଇସାକୁ ଓ ଏସି ଡିଲକ୍ସ ବସ ଭଡା ୧୧୯ରୁ ୧୨୧ ପଇସାକୁ ବୃଦ୍ଧି ପାଇଛି । ଏହି ବୃଦ୍ଧି ଅଟୋ ମେକାନିଜମ ମାଧ୍ୟମରେ ବଢିଛି ।

Please follow and like us:
error