Odisha Infocus

ଫିଲ୍ମ ପାଇରେସି ରୋକିବା ପାଇଁ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି

NATIONAL

ମୁମ୍ବାଇ : ଫିଲ୍ମ ପାଇରେସି ଏବେ ଚଳଚ୍ଚିତ୍ର ନିର୍ମାତା ମାନଙ୍କ ପାଇଁ ଚିନ୍ତାର ବିଷୟ । ରିଲିଜ୍‌ ହେବାପରେ ଫିଲ୍ମ ଲିକ୍‌ ହେବା ସମସ୍ୟା ବହୁମାତ୍ରାରେ ବଢିଯାଇଥିଲାବେଳେ ଏହାକୁ ରୋକିବା ପାଇଁ ମୋଦି ସରକାର ସିନେମାଟୋଗ୍ରାଫି ଅଧିନିୟମ ୧୯୫୨ରେ ପରିବର୍ତ୍ତନ ଆଣିବା ପାଇଁ ମଞ୍ଜୁରି ଦେଇଥିଲେ । ମଞ୍ଜୁରି ମିଳିବା ପରେ ଏବେ ଯେଉଁମାନେ ସିନେମା ଘରେ ବସି ନିଜ ଫୋନରେ ଫିଲ୍ମକୁ ରେକର୍ଡ କରୁଥିବାର ନଜର ଆସିବେ, ସେମାନଙ୍କୁ ୧୦ଲକ୍ଷ ଟଙ୍କା ଜରିମାନା ଦେବାକୁ ହେବ । ଏହା ସହ ଅଭିଯୁକ୍ତକୁ ୩ବର୍ଷ ପର୍ଯ୍ୟନ୍ତ ଜେଲ୍‌ ମଧ୍ୟ ହୋଇପାରେ ।

କ୍ୟାବିନେଟର ଏହି ନିଷ୍ପତ୍ତି ବିଷୟରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ବୁଧବାର ସୂଚନା ଦେଇଛନ୍ତି । ଗତ କିଛି ବର୍ଷ ଧରି ଅନେକ ପାଇରେଟେଡ଼୍‍ ୱେବ୍‌ସାଇଟ୍‌ଗୁଡ଼ିକ ନୂଆ ନୂଆ ଫିଲ୍ମ ବେଆଇନ୍‌ ଭାବରେ ନିଜ ୱେବ୍‌ସାଇଟ୍‌ରେ ଛାଡ଼ି ଆସୁଥିଲେ। ଯାହାର ସିଧାସଳଖ ପ୍ରଭାବ ଫିଲ୍ମର ବକ୍ସ ଅଫିସ କଲେକ୍ସନ୍‌ ଉପରେ ପଡ଼ୁଥିଲା । ଏହିସବୁକୁ ରୋକିବା ପାଇଁ ସିନେମାଟୋଗ୍ରାଫି ଅଧିନିୟମ ୧୯୫୨ରେ ପରିବର୍ତ୍ତନ ଅଣାଯାଇଛି । ଏବେ ସିନେମାଟୋଗ୍ରାଫି ଅଧିନିୟମ ୧୯୫୨ ୬ଏଏରେ ନୂଆ ଧାରା ଯୋଡ଼ାଯିବ । ଯାହା ପରେ କୌଣସି ଫିଲ୍ମକୁ ଫିଲ୍ମର ନିର୍ଦ୍ଦେଶକ-ପ୍ରଯୋଜକଙ୍କ ଅନୁମତି ବିନା ରେକର୍ଡ କରିବା ଅପରାଧ ହେବ ଏବଂ ଦଣ୍ଡବିଧାନ ମଧ୍ୟ କରାଯିବ | ସରକାରଙ୍କ ଏହି ପଦକ୍ଷେପ ପ୍ରଶଂସନୀୟ ବୋଲି ଫିଲ୍ମ ଇଣ୍ଡଷ୍ଟ୍ରି ମତ ଦେଇଛି |

Please follow and like us:
error