ଇଭିଏମ କାରଣରୁ କେତେକ ସ୍ଥାନରେ ମତଦାନ ବିଳମ୍ବ

STATE

ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ହେଉଛି ମତଦାନ । ହେଲେ ଅନେକ ସ୍ଥାନରେ ବୁଥମାନଙ୍କରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିବାରୁ ମତଦାନ ହୋଇପାରୁନାହିଁ । ବଲାଙ୍ଗିର ଜିଲ୍ଲା ଲୋଇସିଂହାର ଗୋଟିଏ ବୁଥରେ ଇଭିଏମ ଅଚଳ ହୋଇପଡିଛି । କୁରୁଳ ଗାଁର ୨୭୮ ନଂ ବୁଥରେ ବି ଇଭିଏମ ଅଚଳ । ସେହିପରି ଆଗଳପୁର ଗାଁର ୫୧ ନଂ ବୁଥ, ବଲାଙ୍ଗିରର ୬୫ ଓ ୬୮ ନଂ ବୁଥ, ତୁରକେଲା ମଡେଲ ବୁଥ ନଂ ୩୯ରେ ଇଭିଏମ ଅଚଳ ହୋଇପଡିଛି । ଏଥିପାଇଁ ଜନ ଅସନ୍ତୋଷ ପରିଲକ୍ଷିତ ହେଉଛି ।

ଫୁଲବାଣୀରେ ମଧ୍ୟ ବୁଥ ନଂ ୧୧୩ ଓ ୧୦୨ ନଂ ଇଭିଏମ ଅଚଳ । ବାଲିଗୁଡା ଜି॰ଉଦୟଗିରି ୧୭୯ ନଂ ବୁଥ, କଣ୍ଟାବାଞ୍ଜିର ବୁଥ ନଂ ୬୭ ଇଭିଏମ ଅଚଳ ହୋଇଥିବାବେଳେ ସୁନ୍ଦରଗଡ ସଦର ଓ ତଳସରାର ଅନେକ ବୁଥରେ ଇଭିଏମ ଅଚଳ ହୋଇଥିବା ସଂବାଦ ମିଳିଛି । ବଣାଇର ମଧ୍ୟ ୬ଟି ବୁଥରେ ମତଦାନ ବିଳମ୍ବ ହୋଇଛି । କେନ୍ଦୁଡ଼ିହି, ଫକିରମୁଣ୍ଡା, ଛିଡାକୁଦ,ଦଳତା, ଉସୁକୁଳା, ଖଳସାଘାଟ, ଆସିକାର ଧରାକୋଟ ବ୍ଲକ ଜାହାଡା ଗାଁର ୨୭ ନଂ ବୁଥରେ ଇଭିଏମ କାମ କରୁନଥିବାରୁ ମତଦାନ ବିଳମ୍ବ ହେଉଛି ।

Please follow and like us:
error