ଷଷ୍ଠ ଦିନରେ ବରଗଡର ଧନୁଯାତ୍ରା ରେ ଦେଖିବାକୁ ମିଳିଲା ଗୋପୀଙ୍କ ବସ୍ତ୍ରହରଣ ଦୃଶ୍ୟ

ବରଗଡ : ବରଗଡ ଧନୁଯାତ୍ରାର ଷଷ୍ଠ ଦିନରେ ଗୋପପୁରରେ କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ମିଳିଛି । ଗୋପାଙ୍ଗନାମାନଙ୍କ ବସ୍ତ୍ର ହରଣ ତଥା ମା’ ଯଶୋଦାଙ୍କ ହାତରେ ଦଧି ଖାଉଥିବା ଦୃଶ୍ୟ ଦର୍ଶକଙ୍କ ମଧ୍ୟରେ ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିଥିଲା । ଅନ୍ୟପଟେ ଗୋପପୁରରେ ମହାରାଜ କଂସଙ୍କ ପ୍ରେରିତ ସମସ୍ତ ରାକ୍ଷସଙ୍କ ନିଧନ ପରେ ମହାରାଜ କଂସ ହୋଇପଡିଛନ୍ତି ମର୍ମାହତ । ଯାହାକୁ ନେଇ ପଡୋଶୀ ରାଜନ୍ୟ ବର୍ଗଙ୍କ ସହେଯାଗ ଲୋଡିଛନ୍ତି । ସେହିପରି ମଥୁରା […]

Continue Reading

ପିତୃପୁରୁଷ ଉପଲକ୍ଷେ ଦାନ ଓ ଉତ୍ସର୍ଗର ଦିନ : ମହାଳୟା

ମହାଳୟା ଭାରତର ଏକ ଧର୍ମଭିତ୍ତିକ ପର୍ବ |ହିନ୍ଦୁମାନଙ୍କ ଦ୍ଵାରା ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏହା ଏକ ଶ୍ରାଦ୍ଧ କର୍ମ| ପିତୃଗଣଙ୍କ ପାଇଁ ଆଜି ଦିନରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଇଥାଏ । ତେଣୁ ଏହାକୁ ପିତୃପର୍ବ ମଧ୍ୟ କହାଯାଏ। ସୂର୍ଯ୍ୟ କନ୍ୟା ରାଶିରେ ଥିବା ବେଳେ ଯେଉଁ ଅମାବାସ୍ୟା ପଡେ଼ ତାହା ମହାଳୟା ଅମାବାସ୍ୟା ଏବଂ ଏହି ଅମାବାସ୍ୟାରେ ଅନୁଷ୍ଠିତ ଶ୍ରାଦ୍ଧକୁ ମହାଳୟା ଶ୍ରାଦ୍ଧ, ସାମ୍ବତ୍ସରିକ ଶ୍ରାଦ୍ଧ, ପାର୍ବଣ ଶ୍ରାଦ୍ଧ ତଥା ମଉଳା ଶ୍ରାଦ୍ଧ […]

Continue Reading

ପୁରୀରେ ପିତୃପକ୍ଷ କିଭଳି ପାଳନ କରାଯାଏ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପୁରୀ : ପୁରୀରେ ନିଆରା ଢଙ୍ଗରେ ପିତୃପକ୍ଷ ପାଳନ କରାଯାଏ । କଥାରେ ଅଛି ‘ଦେଶ କେ ଫାଙ୍କ, ନଈ କେ ବାଙ୍କ’। ଅର୍ଥାତ ବିଭିନ୍ନ ଅଞ୍ଚଳରେ ବିଶେଷ ବିଧି ବିଧାନ ଥାଏ ଯାହା କି ଗୋଟିଏ ଅଞ୍ଚଳଠାରୁ  ଆଉ ଅଞ୍ଚଳରେ ଭିନ୍ନ ।            ଆଶ୍ଵିନ  ମାସ ପ୍ରତିପଦାଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପକ୍ଷକୁ କୁହାଯାଏ ପିତୃପକ୍ଷ । ବର୍ଷକ ମଧ୍ୟରେ ପିତୃପୁରୁଷଙ୍କୁ ସ୍ମରଣ କରିବା ପାଇଁ ଉଦ୍ଦିଷ୍ଟ ଏହି ପିତୃପକ୍ଷ […]

Continue Reading

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ବାଲ୍ୟଲୀଳା ନୀତି ସମାପ୍ତ

ପୁରୀ : ଗତକାଲି ଥିଲା ଶ୍ରୀମନ୍ଦିରରେ ଚାଲିଥିବା ଶ୍ରୀକୃଷ୍ଣ ବାଲ୍ୟଲୀଳା ନୀତିର ଅନ୍ତିମ ପର୍ଯ୍ୟାୟ । ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ରାମକୃଷ୍ଣ ପାଲିଙ୍କିରେ ବସି କୁଣ୍ଢାଇବେଣ୍ଟ ସାହିର ଲବଣୀଖିଆ ଛକ ସ୍ଥିତ ସୁନ୍ଦରା ଜାଗା ପନ୍ତି ଘରକୁ ବିଜେ ହୋଇଥିଲେ । ସେଠାରେ କୃଷ୍ଣଙ୍କ ବାଲ୍ୟଲୀଳାର ଏକ ଅଂଶ ଲବଣୀଖିଆ ନୀତି ସମ୍ପାଦନ ହୋଇଥିଲା ।              ତାପରେ ରାମକୃଷ୍ଣ ପାଲିଙ୍କିରେ ମରିଚିକୋଟ ଛକ ସ୍ଥିତ ମରୀଚି ଠାକୁରାଣୀଙ୍କ ପନ୍ତି ଭୋଗ […]

Continue Reading

ଜାଣିଛନ୍ତି କି – ସାରା ବର୍ଷର ଆୟବ୍ୟୟର ହିସାବ ଶ୍ରୀଜଗନ୍ନାଥ ନିଅନ୍ତି ବୋଲି ?

ଶ୍ରୀମନ୍ଦିର : ମାନବୀୟ ଲୀଳା କରୁଛନ୍ତି ଶ୍ରୀଜଗନ୍ନାଥ । ଅଫିସ ଓ ବିଭିନ୍ନ ସଂସ୍ଥା ମାନଙ୍କରେ ଯେପରି ଆୟବ୍ୟୟର ହିସାବ ନିଆଯାଏ, ସେପରି ବର୍ଷ ସାରାର ହିସାବ ଜଗନ୍ନାଥ ନେଇଥାନ୍ତି । ତାଙ୍କ ତରଫରୁ ତାଙ୍କ ନିର୍ଦ୍ଦେଶରେ ପ୍ରଭୁ ସୁଦର୍ଶନ ଏହି କାର୍ଯ୍ୟ ସମ୍ପାଦନା କରିଥାନ୍ତି । ଏହି କାର୍ଯ୍ୟ ପବିତ୍ର ରାଧାଷ୍ଟମୀ ଦିନ କରାଯାଇଥାଏ । ଭାଦ୍ରବ ଶୁକ୍ଳ ଅଷ୍ଟମୀ ତିଥିରେ କୃଷ୍ଣ ପ୍ରାଣପ୍ରିୟା ରାଧାରଣୀଙ୍କର ଜନ୍ମଦିବସ । ଏହି ଦିନ ପ୍ରଭୁ ତାଙ୍କର ପ୍ରତିନିଧି […]

Continue Reading

ଶ୍ରୀମନ୍ଦିର ଓ ରାଧାଷ୍ଟମୀ ନୀତି

ଶ୍ରୀମନ୍ଦିର : ସୋମବାର ଦିନ ଥିଲା କୃଷ୍ଣପ୍ରିୟା ରାଧାରଣୀଙ୍କ ଜନ୍ମଦିବସ । ମହାସମାରୋହରେ ଏହି ଉତ୍ସବ ଶ୍ରୀମନ୍ଦିରରେ ପାଳିତ ହୋଇଯାଇଛି । ସକାଳ ଧୂପ ପରେ ଜଗନ୍ନାଥଙ୍କ ଆଜ୍ଞାମାଳ ପାଇ ଶ୍ରୀଦେବୀ ସାଟପାହାଚ ତଳେ ଥିବା ପାଲିଙ୍କିରେ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ଜଗମୋହନରେ ଥିବା ଖଟଶେଯ ଉପରେ ବିଜେ ହୋଇଥିଲେ । ମାଜଣା, ଶୀତଳଭୋଗ ଓ ବନ୍ଦାପନା ସେଠାରେ ତାଙ୍କୁ କରାଯିବା ପରେ ମଧ୍ୟାହ୍ନଧୂପ ପରେ ରତ୍ନ ସିଂହାସନକୁ ବିଜେ କରିଥିଲେ । ପୁଷ୍ପାଳକ ସେବକମାନେ ସେଠାରେ […]

Continue Reading

ଶ୍ରୀମନ୍ଦିର ହାଲଚାଲ

            ଗତକାଲି ଶ୍ରୀମନ୍ଦିରରେ ଦୁଇଟି ବିଶେଷ ନୀତି ପାଳନ ହୋଇଥିଲା । ଶ୍ରୀମନ୍ଦିରରେ ଚାଲିଥିବା କୃଷ୍ଣଙ୍କ ବାଲ୍ୟଲୀଳାର ଏହା ଥିଲା ଅଂଶବିଶେଷ । ଗୋଟିଏ ହେଲା ଶ୍ରୀକୃଷ୍ଣଙ୍କୁ ବଧ କରିଥିବାକୁ କଂସ ପଠାଇଥିଲା ଏକ ବିଶାଳ ହାତୀ ଯାହାକୁ ଶ୍ରୀକୃଷ୍ଣ ବଧ କରିଥିଲେ । ଏହି ଲୀଳା ସନ୍ଧ୍ୟା ଧୂପ ପରେ ସିଂହଦ୍ଵାର ନିକଟ ବଡଛତା ମଠ ସମ୍ମୁଖରେ ଶ୍ରୀମନ୍ଦିରରୁ ରାମକୃଷ୍ଣଙ୍କୁ ପାଲିଙ୍କିରେ ବିଜେ କରାଇ ସମ୍ପାଦିତ ହୋଇଥିଲା । ଆର ଲୀଳାଟି ଥିଲା ଦ୍ଵାପର ଯୁଗରେ […]

Continue Reading

ଛାର ବାଳକଟିଏ କଅଣ ନ କଲା ?

            ପ୍ରବଳ ପ୍ରତାପୀ ମହାରାଜ କଂସ ରାଗରେ ଚାଉଳ ଚୋବାଉଛନ୍ତି । ଦୈବବାଣୀ ଅନୁସାରେ ଦେବକୀର ଅଷ୍ଟମ ସନ୍ତାନ ହେବ ତାଙ୍କର ମୃତ୍ୟୁର କାରଣ । ଆଉ ସେହି ଅଷ୍ଟମ ସନ୍ତାନ ବଢୁଛି ଗୋପ ପୁରରେ । ତାକୁ ମାରି ନିଷ୍କଣ୍ଟକ ଏ ମେଦିନୀ ଭୋଗ କରିବାକୁ କଂସ ଗୋପପୁରକୁ ପଠାଇଛି ଗୋଟିକ ପରେ ଗୋଟିଏ ଅସୁରଙ୍କୁ । ହେଲେ ଛାର ବାଳକଟିଏ କଅଣ ନ କଲା ? ଏତେ ବଳଶାଳୀ, ଭୟଙ୍କର ଓ ହିଂସ୍ର ରାକ୍ଷସମାନଙ୍କୁ […]

Continue Reading

ଶବରୀଠୁ କୋଳି ଖାଇଲେ ଜଗନ୍ନାଥ

            ଶ୍ରୀଜଗନ୍ନାଥ ଏବେ ରୂପ ନେଇଛନ୍ତି ଶ୍ରୀକୃଷ୍ଣଙ୍କର । ସାଜିଛନ୍ତି ବାଳକ କୃଷ୍ଣ ଆଉ ଶ୍ରୀମନ୍ଦିରରେ ଲାଗିଛି ତାଙ୍କର ବାଲ୍ୟଲୀଳା । ଗତକାଲି ମଧ୍ୟାହ୍ନ ଧୂପରେ ଦୁଇ ଠାକୁର କାଳିଆ ବଳିଆଙ୍କ ଠାରୁ ଆଜ୍ଞାମାଳ ରାମକୃଷ୍ଣଙ୍କୁ ଲାଗି କରାଯିବା ପରେ ମହାଜନମାନେ କୃଷ୍ଣ ବଳରାମ (ରାମକୃଷ୍ଣ)ଙ୍କୁ ପାଲିଙ୍କିରେ ବିଜେ କରାଇଥିଲେ । ଶ୍ରୀମନ୍ଦିରରୁ ବିମାନବଡୁମାନେ କାନ୍ଧରେ ପାଲିଙ୍କିନକୁ ନେଇ ବଡ ଛତା ମଠ ସମ୍ମୁଖ କାଠ ସିଂହାସନରେ ବିଜେ କରାଇଥିଲେ । ପରମ୍ପରା ଅନୁସାରେ ଜଣେ ପ୍ରଭୁଙ୍କ […]

Continue Reading

ବଣଭୋଜି ବେଶରେ କଳାମାଣିକ ଜଗନ୍ନାଥ

            ବୁଧବାର ଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ବାଲ୍ୟଲୀଳା । ପୁଷ୍ପଳକମାନେ ଜଗତର ନାଥ ଶ୍ରୀଜଗନ୍ନାଥ ଓ ବଡଭାଇ ଶ୍ରୀବଳଭଦ୍ରଙ୍କୁ ବୁଧବାର ସନ୍ଧ୍ୟାଧୂପ ବେଶ ସମୟରେ ସଜାଇଥିଲେ ବଣଭୋଜି ବେଶରେ । ରତ୍ନ ସିଂହାସନ ଉପରେ ବିରାଜିତ ଚତୁର୍ଦ୍ଧା ମୂର୍ତ୍ତି ବଣଭୋଜି ବେଶରେ ସ୍ମରଣ କରାଇଦେଇଥିଲେ ଦ୍ଵାପର ଯୁଗରେ ଗାଈ ଚରାଇବାକୁ ବଣକୁ ଯାଉଥିବା ସମୟରେ ଅନେକ ଥର ବଣଭୋଜି କରିବା କଥାକୁ । ରତ୍ନ ସିହାଂସନ ସଜ୍ଜିତ କରାଯାଇ ଦୁଇ ଦୁଇଟି ସୋଲ, ବେତ […]

Continue Reading