ଚୀନରେ ୨୨୦୦ ଟପିଲା କରୋନା ଜନିତ ମୃତ୍ୟୁସଂଖ୍ୟା

ବେଜିଙ୍ଗ୍: ଗୁରୁବାର ଶେଷସୁଦ୍ଧା ସମଗ୍ର ଚୀନରେ କରୋନା ଭାଇରସ୍ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା୨୨୦୦ ରେ ପହଞ୍ଚିଛି। ଗତକାଲି ଆଉ ୧୧୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଗୁରୁବାର ଦିନ ଆଉ ୮୮୯ଜଣ ବ୍ୟକ୍ତି କରୋନାଭାଇରସରେ ସଂକ୍ରମିତ ହୋଇଥିବା କଥା ଚୀନର ଜାତୀୟ ସ୍ୱାସ୍ଥ୍ୟ କମିସନ କହିଛନ୍ତି। ଏହାକୁ ମିଶାଇ ସମଗ୍ର ଚୀନରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୫, ୪୬୫ରେ ପହଞ୍ଚିଛି। କରୋନାଭାଇରସର ଉତ୍ପତ୍ତିସ୍ଥଳ ହୁବେଇରେ ଆଉ ୧୧୫ଜଣଙ୍କର ମୃତ୍ୟୁ ଘଟିଛି। ମୃତବ୍ୟକ୍ତିମାନଙ୍କ ମଧ୍ୟରୁ ୯୯ଜଣ ହେଉଛନ୍ତି ହୁବେଇର ରାଜଧାନୀ […]

Continue Reading
odisha infocus

ଜର୍ମାନୀର ହନାଉ ସହରରେ ଗୁଳିମାଡ, ୮ ଜଣଙ୍କ ମୃତ୍ୟୁ

ଜର୍ମାନୀ : ଜର୍ମାନୀର ହନାଉ ସହରରେ ଏକ ଗୁଳିମାଡ ଘଟଣା ଘଟିଛି । ଏହି ଗୁଳିମାଡରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୫ ଗୁରୁତର ହୋଇଛନ୍ତି । ଏହି ସୂଚନା ବିଲ୍ଡ ନ୍ୟୁଜ୍ ପେପର ଦ୍ୱାରା ପ୍ରାପ୍ତ ହୋଇଛି । ସୂଚନାମୁତାବକ, ଦୁଇ ଜଣ ଅଜ୍ଞାତ ବନ୍ଧୁକଧାରୀ ହନାଉ ଓ ସ୍ପୁଟନିକର ଶିଶାବାରରେ ଏହି ଗୁଳିକାଣ୍ଡ ଘଟାଇଛନ୍ତି । ଦୁର୍ବୃତ୍ତଙ୍କ ପ୍ରଥମ ଗୁଳିକାଣ୍ଡରେ ତିନି ଜଣଙ୍କ ଜୀବନ ଯାଇଥିବାବେଳେ ସେହି ସମାନ ଧରଣର ଦ୍ୱିତୀୟ […]

Continue Reading

କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୨୧୧୨ରେ ପହଞ୍ଚିଲା

ନୂଆଦିଲ୍ଲୀ : ଚୀନରୁ ବିଶ୍ୱର ୨୯ଟି ଦେଶକୁ ବ୍ୟାପିଥିବା କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୨୧୧୨ରେ ପହଞ୍ଚିଛି । ଏହି ମାରାତ୍ମକ ଭାଇରସ ଯୋଗୁଁ ୭୬ ହଜାର ୨୬୨ ଜଣ ଲୋକ ଆକ୍ରାନ୍ତ ଥିବା ଜଣାପଡ଼ିଛି । ହୁବେଇ ସ୍ୱାସ୍ଥ୍ୟ କମିଶନ କହିଛନ୍ତି, ବୁଧବାର ରାଜ୍ୟରେ କରୋନା ଭାଇରସ ଯୋଗୁଁ ୧୦୮ ଜଣଙ୍କର ମୃତ୍ୟୁ ହୋଇଛି । ଆରମ୍ଭରୁ ଏଯାଏଁ ରାଜ୍ୟରେ କରୋନା ଭାଇରସରେ ୨ ହଜାର ୨୯ ଜଣଙ୍କ ମୃତ୍ୟୁ ହୋଇଛି । ଚୀନରେ ମୋଟ […]

Continue Reading

ଚୀନରେ ଥମୁନି ‘ଭାରତ’ ଭୂତାଣୁ ଜନିତ ମୃତ୍ୟା ସଂଖ୍ୟା, ଏଯାବତ ୨୦୦୦ରୁ ଉର୍ଦ୍ଧ୍ଵ ମୃତ୍ୟୁ

ବେଜିଂ : ଚୀନରେ ପ୍ରାଣଘାତୀ ‘କରୋନା’ ଭୂତାଣୁ ଯୋଗୁ ସ୍ଥିତି ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି। ମହାମାରୀ ରୂପ ନେଇ ସାରିଥିବା କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ୨୦୦୫ ଜଣଙ୍କ ମୃତ୍ୟୁ ଘଟି ସାରିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୭୪ ହଜାର ୧୮୬ରେ ପହଞ୍ଚିଛି। ପ୍ରତିଦିନ ୨ରୁ ୩ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଅଳ୍ପ କିଛିଦିନ ଭିତରେ ଯଦି ଏହି ଭୂତାଣୁ ରୋକା ନ ଯାଏ […]

Continue Reading

ଭାରତର ଆଶା ଧୂଳିସାତ, ଟ୍ରମ୍ଫ କହିଲେ ଭାରତ ସହ ଏବେ ବଡଚୁକ୍ତି ସ୍ବାକ୍ଷରିତ ହେବନାହିଁ

ୱାଶିଂଟନ : ଆସନ୍ତା ୨୪ ତାରିଖରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଟ୍ରମ୍ପଙ୍କ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ କିଛି ଗୁରୁତ୍ଵପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହେବା ଆଶା କରାଯାଉଥିଲା। କିନ୍ତୁ ସେସବୁ କିଛି ହେବ ନାହିଁ। ଭାରତ ସହିତ କୌଣସି ବଡ଼ ଚୁକ୍ତି ଏବେ ହେବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ଏହା ସହିତ ସେ କହିଛନ୍ତି, ଭାରତ ଆମେରିକା ସହିତ ଭଲ ବ୍ୟବହାର କରିନାହିଁ, ତଥାପି […]

Continue Reading

ନିୟନ୍ତ୍ର୍ର୍ରଣ ବାହରେ ଚୀନରେ ବ୍ୟାପିଥିବା କରୋନା, ମୃତକଙ୍କ ସଂଖ୍ୟା ୧୮୬୦

ନୂଆଦିଲ୍ଲୀ : ଚୀନରୁ ବ୍ୟାପିଥିବା କରୋନା ଭାଇରସରେ ମୃତକଙ୍କ ସଂଖ୍ୟା ୧୮୬୦ରେ ପହଞ୍ଚିଛି । ସ୍ଥିତି ଦିନକୁ ଦିନ ଆହୁରି ବପଦ ଆଡ଼କୁ ଗତି କରୁଛି । ହୁବେଇ ସ୍ୱାସ୍ଥ୍ୟ କମିଶନ କହିଛନ୍ତି, ରାଜ୍ୟରେ ସୋମବାର ୯୩ ଜଣଙ୍କର ମୃତ୍ୟୁ ହୋଇଥବା ବେଳେ ୧୮୦୩ ଜଣ ନୂଆଁ ଲୋକଙ୍କ ଠାରେ ସଂକ୍ରମଣ ଦେଖାଯାଇଛି । ସହରର ସମସ୍ତ ସଡ଼କକୁ ବନ୍ଦ କରି ଦିଆଯାଇଛି । ସେହଭଳି ବେସରକାରୀ ଯାନବାହାନ ଚଳାଚଳ ଉପରେ କଟକଣା ଲଗାଯାଇଛି । କରୋନା […]

Continue Reading

ସମର୍ଥକମାନଙ୍କଠାରୁ ଆତଙ୍କବାଦୀ ଗୋଷ୍ଠୀଙ୍କୁ ଅର୍ଥ ମିଳୁଛି ; ଏଫ୍.ଏ.ଟି.ଏଫ୍

ନୂଆଦିଲ୍ଲୀ : ଆର୍ଥିକ କାର୍ୟ୍ୟାନୁଷ୍ଠାନ ଟାସ୍କଫୋର୍ସ ବା ଏଫ୍.ଏ.ଟି.ଏଫ୍. ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀ ଏବେ ମଧ୍ୟ ବିଶ୍ୱରେ ଥିବା ସେମାନଙ୍କର ସମର୍ଥକମାନଙ୍କଠାରୁ ବେଆଇନ୍ ଭାବେ ପାଣ୍ଠି ସଂଗ୍ରହ କରି ନିଜର କାର୍ୟ୍ୟକଳାପ ଚଳାଇଛନ୍ତି। ଏହି ପାଣ୍ଠି ସଂଗ୍ରହକୁ ବନ୍ଦ କରିବା ପାଇଁ ଆନ୍ତର୍ଜାତିକ ସ୍ତରରେ ବ୍ୟବସ୍ଥା ଥିଲେ ମଧ୍ୟ ଏହାକୁ ରୋକିବାରେ ତାହା ବିଶେଷ ଫଳପ୍ରଦ ହେଉନାହିଁ। ଭାରତ କହିଆସୁଛି ଯେ ପାକିସ୍ତାନ ନିୟମିତ ଭାବେ ଲସ୍କର-ଇ-ତଏବା, ଜୈସ୍-ଇ-ମହମ୍ମଦ ଓ ହିଜ୍ବୁଲ୍ ମୁଜାହିଦ୍ଦିନ୍ […]

Continue Reading

କାଶ୍ମୀର ମାମଲାରେ ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତର ପ୍ରତ୍ୟାଖ୍ୟାନ

ଲାହୋର : ପାକିସ୍ତାନ ଗସ୍ତରେ ଥିବା ଜାତିସଂଘ ମହାସଚିବ ଆଣ୍ଟୋନିଓ ଗଟ୍ରେସ୍ କାଶ୍ମୀର ମାମଲାରେ ମଧ୍ୟସ୍ଥତା କରିବା ପାଇଁ ଆଜି ଦେଇଥିବା ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। କେବଳ ପାକ୍ ଅଧିକୃତ କାଶ୍ମୀରକୁ ପାକିସ୍ତାନ କବ୍ଜାରୁ ମୁକ୍ତ କରିବା ମାମଲାରେ ହିଁ ଆଲୋଚନା ହୋଇପାରିବ ବୋଲି ଭାରତ କହିଛି। ୪ ଦିନିଆ ଗସ୍ତରେ ଆସି ଜାତିସଂଘ ମୁଖ୍ୟ ଆଜି ପାକିସ୍ତାନରେ ପହଞ୍ଚିଛନ୍ତି। ଆଣ୍ଟୋନିଓ ଆଫଗାନ ଶରଣାର୍ଥୀଙ୍କୁ ନେଇ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବା ସହିତ କର୍ତାରପୁର ଗୁରୁଦ୍ବାର […]

Continue Reading

୧୭୦୦ ଟପିଲା କରୋନା ଭାଇରସରେ ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଚୀନରୁ ବ୍ୟାପିଥିବା କରୋନା ଭାଇରସରେ ମୃତକଙ୍କ ସଂଖ୍ୟା ୧୭୬୫ରେ ପହଞ୍ଚିଛି । ସ୍ଥିତି ଦିନକୁ ଦିନ ଆହୁରି ବିପଦ ଆଡ଼କୁ ଗତି କରୁଛି । କରୋନା ଭାଇରସର କେନ୍ଦ୍ରସ୍ଥଳ ପାଲଟିଥିବା ହୁବେଇ ରାଜ୍ୟରେ ଏହି ସଂକ୍ରମଣରେ ୧୬୯୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରୁ ରବିବାର କେବଳ ୧୦୦ ଜଣ ଜୀବନ ହରାଇଛନ୍ତି । ସେହିଭଳି ୧୯୩୩ ଜଣଙ୍କ ଠାରେ ନୂତନ ଭାବେ କରୋନା ଭାଇସର ଦେଖିବାକୁ ମିଳିଛି । ଚୀନର ନ୍ୟାସନାଲ ହେଲଥ […]

Continue Reading

କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୧୬୦୦କୁ ବୃଦ୍ଧି

ବେଜିଂ : ଚୀନରେ ଆତଙ୍କ ଖେଳାଇଥିବା କରୋନା ଭୂତାଣୁ ସଂକ୍ରମଣ ଜନିତ ବ୍ୟାଧିରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ସରକାରୀ ଭାବେ ୧୬୬୫ ହୋଇଛି। ଏହି ରୋଗର ଉତ୍ପତ୍ତିସ୍ଥଳ କୁହାଯାଉଥିବା ହୁବେଇ ପ୍ରଦେଶରେ ଶନିବାର ଗୋଟିଏ ଦିନରେ ୧୩୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ରାଜ୍ୟର ଜଣେ ପ୍ରାଦେଶିକ ଅଧିକାରୀ କହିଛନ୍ତି, ୧୮୪୩ ଜଣ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି ଏବଂ ସମଗ୍ର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮,୫୦୦ ଟପିଛି। ଏପର୍ୟ୍ୟନ୍ତ ହୁବେଇ ପ୍ରଦେଶରେ ସର୍ବାଧିକ ଲୋକଙ୍କର […]

Continue Reading