Odisha Infocus

ଧ୍ଵଂସ ପାଇଲା ମାଓ ଶିବିର

ବହୁ ଦିନ ପରେ ପୋଲିସକୁ ମିଳିଛି ମାଓବାଦୀଙ୍କ ବିପକ୍ଷରେ ସଫଳତା । ମାଲକାନଗିରିର ତୁଳସୀ ପାହାଡରେ ଥିବା ଏକ ମାଓ ଶିବିରକୁ ଧ୍ଵଂସ କରିଦେଇଛନ୍ତି  ଯବାନମାନେ । ଘଟଣାସ୍ଥଳରୁ ଟିଫିନ ବୋମା, ମାଓ ପୋଷାକ ଓ ବିପୁଳ ବିସ୍ଫୋରକ ଜବତ କରାଯାଇଛି । ଏହା ଛତିଶଗଡ ଡ଼ିଆରଜି ଯବାନଙ୍କ ବଡ କାର୍ଯ୍ୟାନୁଷ୍ଠାନ ବୋଲି ସୂଚନା ମିଳିଛି । ବହୁ ଦିନ ପରେ ଡ଼ିଆରଜି ଯବାନମାନେ ମାଓବାଦୀଙ୍କ ଶିବିର ଧ୍ଵଂସ କରି ସେମାନଙ୍କର ବଡ କ୍ଷତି ପହଞ୍ଚାଇପାରିଛି । […]

Continue Reading

ଜେଟଲୀ ଲୀନ ହୋଇଗଲେ ପଞ୍ଚଭୂତରେ

ପଞ୍ଚଭୂତରେ ଲୀନ ହୋଇଗଲେ ପୂର୍ବତନ କେନ୍ଦ୍ର ଅର୍ଥ  ମନ୍ତ୍ରୀ ଅରୁଣ ଜେଟଲୀ । ଜେଟଲୀଙ୍କୁ ମୁଖାଗ୍ନି ଦେଲେ ତାଙ୍କର ପୁତ୍ର ରୋହନ । ଦିଲ୍ଲୀର ନିଗମବୋଧ ଘାଟରେ ଜେଟଲୀଙ୍କ ଶେଷକୃତ୍ୟ ଆଜି ଅପରାହ୍ନ ସାଢେ ୨ଟା ସମୟରେ ସମ୍ପନ୍ନ କରାଗଲା । ପୂର୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଅନ୍ତିମ ସଂସ୍କାର କରାଗଲା । ଉଲ୍ଲେଖଯୋଗ୍ୟ ଯେ ଗତକାଲି ଶନିବାର ଅପରାହ୍ନ ୧୨ଟା ୭ ମିନିଟରେ ସେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ୬୬ ବର୍ଷ ବୟସରେ ପ୍ରାଣ ତ୍ୟାଗ […]

Continue Reading
odisha infocus

ବିଷମ କଟକରେ ମାଓ ପୋଷ୍ଟର, ଛତିଶଗଡରେ ଗୁଳି ବିନିମୟ

ବହୁ ଦିନ ପରେ ପୁଣି ମାଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି । ବିଷମ କଟକରେ ଯାତ୍ରା ବିଶ୍ରାମଗାରରେ ମରାଯାଇଛି ମାଓ ପୋଷ୍ଟର । ଏହି ଯାତ୍ରା ବିଶ୍ରାମଗାର ଗରିକୋଣା ରାସ୍ତାରେ ଅବସ୍ଥିତ । ମାଓ ପୋଷ୍ଟରରୁ ଏହା ସିପିଆଇ ମାଓବାଦୀଙ୍କର ବୋଲି ଜଣାପଡିଛି । ଛତିଶଗଡରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଯବାନଙ୍କ ଗୁଳିରେ ଏକାଥରକେ ୫ ଜଣ ନକ୍ସଲ ମୃତ୍ୟୁ ବରଣ କରିଛନ୍ତି । Please follow and like us:

Continue Reading

ଭୁଶୁଡିଲା କୋଠା, ଅକାଳରେ ପ୍ରାଣ ହରାଇଲେ ୨ ଜଣ

ମହରାଷ୍ଟ୍ରର ଭିୱାଣ୍ଡିଠାରେ ଗୋଟିଏ ୪ ମହଲା କୋଠା ଭୁଶୁଡି ପଡିଛି । ଫଳରେ କାନ୍ଥ ତଳେ ଚାପି ହୋଇ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୫ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଏହା ବ୍ୟତୀତ ବହୁ  ବ୍ୟକ୍ତି ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଏନଡ଼ିଆରଏଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ହଠାତ କୋଠା ଭୁଶୁଡି ପଡିବାର କାରଣ ଜଣାପଡିନାହିଁ । Please […]

Continue Reading

ସୀତାରମଣ ଜଣାଇଲେ ଅନ୍ୟ ଦେଶଠୁ ଆମ ଆର୍ଥିକ ଅବସ୍ଥା ଭଲ

କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ଏକ ପ୍ରେସମିଟରେ କହିଛନ୍ତି ଯେ ଅନ୍ୟ ଦେଶ ତୁଳନାରେ ଭାରତର ଆର୍ଥିକ ଅବସ୍ଥା ଢେର ଭଲ ଅଛି । ବିଶ୍ବରେ ଭାରତର ଅର୍ଥନୀତି ମଜବୁତ ଅଛି । ଏପରିକି ଚୀନ ଓ ଆମେରିକାଠାରୁ ଭାରତର ଅର୍ଥନୀତି ଭଲ ଅଛି ବୋଲି ସେ ପ୍ରକାଶ କରିଛନ୍ତି । ଏବକାର ମାନ୍ଦାବସ୍ଥା ନେଇ ସେ କହିଥିଲେ ଯେ ଅର୍ଥନୀତିର ସୁଧାର ଏକ ନିରନ୍ତର ପ୍ରକ୍ରିୟା ।   ସୀତାରମଣ କହିଛନ୍ତି, ‘ଦେଶର ଟିକସ, ଶ୍ରମ ବ୍ୟବସ୍ଥାରେ […]

Continue Reading
Odisha Infocus

ରାହୁଲ ଯିବେ ଜମ୍ମୁ-କାଶ୍ମୀର

ଧାରା ୩୭୦ ଉଚ୍ଛେଦ ତଥା ଜମ୍ମୁ-କାଶ୍ମୀରକୁ ୨ଟି ଅଲଗା କରି କେନ୍ଦ୍ର ଶାସିତ ରାଜ୍ୟ କରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି କାଶ୍ମୀର ଗସ୍ତରେ ଯିବାକୁ ମନସ୍ଥ କରିଛନ୍ତି । ତାଙ୍କ ସହିତ ନିଜ ଦଳର କେତେକ ପୁରୁଖା ନେତାଙ୍କ ସହିତ ବିଭିନ୍ନ ବିରୋଧୀ ଦଳର ନେତା ମଧ୍ୟ ଜମ୍ମୁ-କାଶ୍ମୀର ଗସ୍ତ କରିବେ । ଉଲ୍ଲେଖଯୋଗ୍ୟ ଯେ ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ରାହୁଲ ଏହି ଗସ୍ତ କାର୍ଯ୍ୟକ୍ରମ ସ୍ଥିର […]

Continue Reading
odisha infocus

କଂଗ୍ରେସ କହିଲା ଚିଦମ୍ବରମଙ୍କୁ ଗିରଫ ହେଉଛି ଲୋକତନ୍ତ୍ରର ହତ୍ୟା

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅଭିଯୁକ୍ତ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି॰ଚିଦାମ୍ବରମଙ୍କୁ ଗତକାଲି ତାଙ୍କ ବାସଭବନରୁ ଗିରଫ କରିଛି ସିବିଆଇ । ତେବେ ଏଥିରେ କ୍ଷୁବ୍ଧ ହୋଇଛି କଂଗ୍ରେସ ଦଳ। ଆଜି କଂଗ୍ରେସ ଚିଦାମ୍ବରମଙ୍କୁ ସିବିଆଇ ଗିରଫ ଘଟଣାରେ ଆୟୋଜିତ କରିଥିଲା ଏକ ପ୍ରେସମିଟ । କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ପ୍ରତିକ୍ରିୟାରେ କହିଛନ୍ତି ଯେ ଦିନ ଦ୍ଵିପ୍ରହରରେ ଲୋକତନ୍ତ୍ରର ହତ୍ୟା କରାଯାଇଛି । ଚିଦାମ୍ବରମଙ୍କ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି […]

Continue Reading

ସିବିଆଇ କଷ୍ଟୋଡିରେ ଚିଦାମ୍ବରମ

ଶେଷରେ ଧରାପଡିଲେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି॰ଚିଦାମ୍ବରମ । ଦୁଇଦିନ କାଳ ସିବିଆଇ ଓ ଇଡ଼ି ସହ ଛକାପଞ୍ଝା ପରେ ସିବିଆଇ ଚିଦାମ୍ବରମଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗତରାତ୍ରିରେ ସିବିଆଇ ତାଙ୍କ ବାସଭବନ ଭିତରେ ପାଚେରି ଡେଇଁ ତାଙ୍କୁ ବହୁ ଚର୍ଚ୍ଚିତ ଆଇଏନଏକ୍ସ ମିଡିଆ ଦୁର୍ନୀତିରେ ଗିରଫ କରିଛି । ଉଲ୍ଲେଖଯୋଗ୍ୟ ଯେ ଆଗୁଆ ଜାମିନ ଆବେଦନ ତାଙ୍କର ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେବା ପରେ ଚିଦାମ୍ବରମ ହଠାତ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ। ୭୨ […]

Continue Reading

ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲଗାଇଲା ରେଳ ମନ୍ତ୍ରାଳୟ

ପ୍ଲାଷ୍ଟିକ ବ୍ୟବହାର ନେଇ ଗୁରୁତ୍ଵପୂର୍ଣ ପଦକ୍ଷେପ ନେଇଛି ରେଳ ମନ୍ତ୍ରାଳୟ । ଏଣିକି ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗୁହେଲା କଟକଣା । ପରିବେଶ ପ୍ରଦୂଷଣ ରୋକିବା ପାଇଁ ମନ୍ତ୍ରାଳୟ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରିଛି । ୫୦ ମାଇକ୍ରନ ମୋଟେଇରୁ କମ ତଥା ଠାରେ ବ୍ୟବହାରକ୍ଷମ ପ୍ଲାଷ୍ଟିକ ଉପରେ ଲାଗିଛି କଟକଣା । ଅକ୍ଟୋବର ୨ ତାରିଖରୁ ଏଭଳି ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବାକୁ ମନ୍ତ୍ରାଳୟ କଡା ନିର୍ଦ୍ଦେଶ ଦେଇଛି । […]

Continue Reading
odisha infocus

ବାରମୁଳାରେ ଆତଙ୍କୀଙ୍କୁ ଭାରତୀୟ ସୁରକ୍ଷାବଳଙ୍କ ଏନକାଉଣ୍ଟର

ଜମ୍ମୁ-କାଶ୍ମୀର ବାରମୁଳାରେ ଏନକାଉଣ୍ଟର ଘଟିଛି । ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ଜାରି ରହିଛି । ହେଲେ ଏହି ଏନକାଉଣ୍ଟରରେ ଭାରତର ଜଣେ ଯବାନ ସହିଦ ହୋଇଯାଇଛନ୍ତି । ପ୍ରତିଜବାବରେ ଭାରତ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଛି । ଉଲ୍ଲେଖଯୋଗ୍ୟ ଯେ ଧାରା ୩୭୦ ଜମ୍ମୁ-କାଶ୍ମୀରରୁ ଉଚ୍ଛେଦ ହେବା ପରେ ଏହା ପ୍ରଥମ ଏନକାଉଣ୍ଟର । ସୁରକ୍ଷାବଳ ଘଟଣାସ୍ଥଳରୁ ଗୁଳି ଓ ବନ୍ଧୁକ ଜବତ କରିଛି । Please follow and like us:

Continue Reading