ଆସନ୍ତା ୬ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ବର ; ଫେବୃୟାରୀ ୬ରେ ପୁଣି ଆସିବେ ରାହୁଲ ଗାନ୍ଧୀ। ଭବାନୀପାଟଣା ଏବଂ ରାଉରକେଲା ସମାବେଶରେ ଯୋଗ ଦେବେ। ଗତ ୨୮ତାରିଖରେ ରାହୁଲ ଓଡ଼ିଶା ଆସିଥିଲେ । ଭୁବନେଶ୍ବର ଉପକଣ୍ଠରେ ଥିବା ତମାଣ୍ଡୋଠାରେ ଏକ ବିରାଟ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏହି ସଭାରେ ରାହୁଲ ଉଭୟ ବିଜେପି ଓ ବିଜେଡ଼ିକୁ ସିଧାସଳଖ ଟାର୍ଗେଟ୍ କରିଥିଲେ। ବିଶେଷକରି ନବୀନଙ୍କ ରିମୋଟ କଣ୍ଟ୍ରୋଲ୍ ମୋଦିଙ୍କ ପାଖରେ ଅଛି ବୋଲି ରାହୁଲ ଦେଇଥିବା ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତି ସରଗରମ […]

Continue Reading

ରାହୁଲ ‘ରାବଣ’ ଓ ପ୍ରିୟଙ୍କା ‘ସୂପର୍ଣଖା’, ମୋଦୀ ‘ଶ୍ରୀରାମ’- ବିଜେପି ନେତା

ଲକ୍ଷ୍ନୌ (ଉତ୍ତରପ୍ରଦେଶ) : ବିଭିନ୍ନ ସମୟରେ ବିବାଦୀୟ ବୟାନ ପ୍ରଦାନ କରି ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ଉତ୍ତରପ୍ରଦେଶର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି। ପ୍ରିୟଙ୍କା ଗାନ୍ଧୀଙ୍କ ସକ୍ରିୟ ରାଜନୀତିରେ ଯୋଗଦାନ ଓ ଏଆଇସିସିର ସାଧାରଣ ସଂପାଦକ ଭାବେ ପ୍ରିୟଙ୍କାଙ୍କ ନିଯୁକ୍ତିକୁ କଟାକ୍ଷ କରିଛନ୍ତି ବିଜେପି ବିଧାୟକ ସୁରେନ୍ଦ୍ର ସିଂହ। ଆଜି ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ଏକ ବୟାନ ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ‘ରାବଣ’ ଓ […]

Continue Reading

ରାହୁଲ ଙ୍କ ରାଫେଲ ଡିଲ ଦୁର୍ନୀତିରେ ନୂଆ ତଥ୍ୟ ଖୁଲାସା

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ଗୋଆ ଠାରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ବର୍ତ୍ତମାନର ଗୋଆ ମୁଖ୍ୟମନ୍ତ୍ରୀ ମନୋହାର ପାରିକରଙ୍କୁ ଭେଟି ତାଙ୍କ ସହ ସାକ୍ଷାତ ଆଲୋଚନା କଲାପରେ ଆଜି ପୁଣି ଥରେ ଫ୍ରାନ୍ସରୁ ରାଫେଲ ଲଢ଼ୁଆ ବିମାନ କିଣା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛନ୍ତି। ଏଥିସହ ରାଫେଲ୍‌ ଡିଲ୍‌କୁ ନେଇ କରିଛନ୍ତି ଏକ ନୂଆ ଖୁଲାସା। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସିଧାସଳଖ ଆରୋପ ଲଗାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ […]

Continue Reading

ଓଡିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

ଭୁବନେଶ୍ବର : ଓଡିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ବିମାନ ବନ୍ଦରରେ ପହଞ୍ଚି କଟକ ସାଲେପୁର ଅଭିମୁଖେ ଗଲେ ଅମିତ ଶାହ । ସାଲେପୁରର କୁଳିଆ ପଡ଼ିଆରେ ଆୟୋଜିତ ସମ୍ମିଳନୀରେ ଯୋଗଦେଇଛନ୍ତି । କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଲୋକସଭାମଣ୍ଡଳୀର ବୁଥ୍ ସ୍ତରରୁ ୫୦ ହଜାରରୁ ଅଧିକ କାର୍ୟ୍ୟକର୍ତ୍ତା ଏହି ସମ୍ମିଳିନୀରେ ଏକାଠି ହୋଇଛନ୍ତି । ପୂର୍ବରୁ ବିଜେଡି ସରକାରକୁ ପୋଡା ଟ୍ରାନ୍ସଫର୍ମର କହିବା ସହ ଏହାକୁ ୨୦୧୯ ନିର୍ବାଚନରେ ଉପାଡି ବଙ୍ଗୋପସାଗରରେ […]

Continue Reading

ଗରୀବଙ୍କୁ ମିଳିବ ସର୍ବନିମ୍ନ ମୌଳିକ ଆୟ- ରାହୁଲ ଗାନ୍ଧୀ

ରାୟପୁର : ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି କି ୨୦୧୯ ଲୋକସଭା ନିର୍ବଚନରେ ଯଦି କଂଗ୍ରେସ ବିଜୟ ଲାଭ କରେ ତେବେ ଦେଶର ପ୍ରତ୍ୟେକ ଗରିବ ନାଗରିକଙ୍କୁ ସର୍ବନିମ୍ନ ମୌଳିକ ଆୟ ପ୍ରଦାନ କରାଯିବ। ‘ଦଳ ନିର୍ବାଚନ ଜିତିଲେ ପ୍ରତ୍ୟେକ ଗରିବ ବ୍ୟକ୍ତିଙ୍କୁ ସର୍ବନିମ୍ନ ମୌଳିକ ଆୟ ପ୍ରଦାନ କରାଯିବ। ବିଶ୍ୱର କୌଣସି ସରକାର ଏପରି କରିନାହାନ୍ତି’ ବୋଲି ରାହୁଲ ସୋମବାର ରାୟପୁରର […]

Continue Reading

ଆଜି ଆସିବେ ଅମିତ ଶାହା, ବିଜେପି ଚଳଚଂଚଳ

ସାଲେପୁର : ଆଜି କମ୍ପିବ ସାଲେପୁର । କଟକ ସାଲେପୁରର କୁଳିଆ ପଡ଼ିଆରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଡାକିଛନ୍ତି ସମ୍ମିଳନୀ । କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଲୋକସଭାମଣ୍ଡଳୀର ବୁଥ୍ ସ୍ତରରୁ ୫୦ ହଜାରରୁ ଅଧିକ କାର୍ୟ୍ୟକର୍ତ୍ତା ଏହି ସମ୍ମିଳିନୀରେ ଏକାଠି ହେବେ ।ତେବେ ଏଥର ସମ୍ମିଳନୀରେ କଣ କହିବେ ଶାହା ? ଗର୍ଜିବେ ନା ନରମିବେ ? ଗତ ୩ଟି ଗସ୍ତରେ ନବୀନଙ୍କ ବିରୋଧରେ ମୋଦିଙ୍କ ସ୍ବର ନରମ ରହିଥିବା […]

Continue Reading

କର୍ଣ୍ଣାଟକ ରେ ରାଜନୈତିକ ସଙ୍କଟ

ବେଙ୍ଗାଲୁରୁ : ସୋମବାର ପୁଣି ଥରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ କଂଗ୍ରେସ ଉପରେ ବିରକ୍ତି ପ୍ରକାଶ କରିଛନ୍ତି । କଂଗ୍ରେସ ନେତାମାନେ ନିଜର ସୀମା ଲଙ୍ଘୁଛନ୍ତି । ବିଧାୟକ ସିଦ୍ଧରମୈୟା ନିଜକୁ ମୁଖ୍ୟମନ୍ତ୍ରୀ ଭାବୁଥିବା ସେ କହିଛନ୍ତି । ଏଭଳି ନେତାଙ୍କୁ ଦଳ ଆୟତ୍ତକୁ ଆଣିବା ଉଚିତ୍ । ଯଦି କଂଗ୍ରେସ ଏଭଳି ନୀତି ଜାରି ରଖେ ତେବେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ରାଜି ଥିବା କହିଛନ୍ତି । କଂଗ୍ରେସ ବିଧାୟକ ସବୁବେଳେ […]

Continue Reading

ଓଡିଶାରେ କଂଗ୍ରେସ ସରକାର କଲେ କୃଷିଋଣ ଛାଡ କରିବ ବୋଲି କହିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

ଭୁବନେଶ୍ବର : ରାଜଧାନୀ ଉପକଣ୍ଠ ତମାଣ୍ଡୋରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶ । ସମାବେଶରେ ଯୋଗଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଉପସ୍ଥିତ ନେତା ଓ କର୍ମୀଙ୍କୁ ସମ୍ବୋଧନ କଲେ ରାହୁଲ ଗାନ୍ଧି । ଜୟ ଜଗନ୍ନାଥ କହି ନିଜର ବକ୍ତବ୍ୟ ଆରମ୍ଭ କଲେ ରାହୁଲ । ଉପସ୍ଥିତ ନେତା ଓ କର୍ମୀଙ୍କୁ ସ୍ବାଗତ ଜଣାଇ ମୋଦି ଏବଂ ନବୀନଙ୍କ ଉପରେ ବର୍ଷିଲେ ରାହୁଲ । ଦିଲ୍ଲୀରେ ନରେନ୍ଦ୍ର ମୋଦିଙ୍କ ସରକାର ଏବଂ ଓଡିଶାରେ ନବୀନ […]

Continue Reading

ହାତ ଧରିଲେ ବରିଷ୍ଠ ନେତା ପଞ୍ଚାନନ କାନୁଗୋ

ଭୁବନେଶ୍ୱର : ଓଡିଶା ରାଜନୀତିର ବରିଷ୍ଠ ନେତା ପଞ୍ଚାନନ କାନୁଗୋ କେଉଁ ଦଳରେ ଯୋଗ ଦେବେ ସେ ନେଇ ରାଜ୍ୟ ରାଜନୀତିରେ ଦୀର୍ଘ ଦିନ ହେବ ଚର୍ଚ୍ଚା ହେଉଥିଲା । ତେବେ ଆଜି ସମସ୍ତଙ୍କ ଦ୍ୱନ୍ଦ ଦୂର କରି କଂଗ୍ରେସରେ ଯୋଗ ଦେବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ପଞ୍ଚାନନ । ରାହୁଲଙ୍କ ତମାଣ୍ଡୋ ଦଳୀୟ କାର୍ୟ୍ୟକ୍ରମରେ ଯୋଗ ଦେବା ସହ ବିଧିବଦ୍ଧ ଭାବରେ ଦଳରେ ଯୋଗ ଦେବେ । ବରିଷ୍ଠ ନେତାଙ୍କ ଘର ବାହୁଡା […]

Continue Reading

ଆଜି ଓଡିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି

ଭୁବନେଶ୍ୱର : ଆଜି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡିଶା ଆସୁଛନ୍ତି । ରାଜ୍ୟ କଂଗ୍ରେସର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଥିବା ବେଳେ ରାହୁଲଙ୍କ ଗସ୍ତ କର୍ମୀଙ୍କ ମନୋବଳକୁ ସୁଦୃଢ କରିବ । ଏହା ସହ ସେ ରାଜ୍ୟ ନେତୃତ୍ୱକୁ ଗୁରୁମନ୍ତ୍ର ପ୍ରଦାନ କରିବେ । ଋାହୁଲଙ୍କ ଗସ୍ତକୁ ନେଇ ଚଳଚଂଚଳ ହୋଇ ପଡିଛି କଂଗ୍ରେସ କ୍ୟାମ୍ପ । ଦଳର ନେତା ତଥା ପିସିସି ସଭାପତି ସାରା ରାଜଧାନୀକୁ ପୋଷ୍ଟର ଏବଂ ବ୍ୟାନରରେ ଛାଇ […]

Continue Reading